Latest Odisha News

BREAKING NEWS

ବିରାଟ ଓ ଅନୁଷ୍କା ଜଙ୍ଗଲରେ ବୁଲିଲେ, ଟ୍ୱିଟ୍ଟ୍ କରି ଫଟୋ ସେୟାର୍ କଲେ

ୱେଲିଂଟନ: ଏବେ ବେଶ୍ ଚର୍ଚ୍ଚାରେ ଥିବା ସେଲିବ୍ରିଟି ଦମ୍ପତ୍ତି ହ୍ୟାଣ୍ଡସମ୍ ଇଣ୍ଡିଆନ୍ କ୍ରିକେଟର୍ ବିରାଟ କୋହଲି ଓ ବଲିଉଡ୍ ସେନସେସନ୍ ଅନୁଷ୍କା ଶର୍ମା ନ୍ୟୁଜିଲାଣ୍ଡରେ ଥିବା ଏକ ଜଙ୍ଗଲରେ ଦିନ ତମାମ ବୁଲାବୁଲି କରିଛନ୍ତି । ଏନେଇ ଦୁଇଜଣ ବେଶ୍ ଖୁସି ଥିବା ବେଳେ ଉଭୟ ସେଲିବ୍ରିଟି ନିଜ ନିଜର ଟ୍ୱିଟ୍ଟର୍ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଅନେକ ଫଟୋ ସେୟାର୍ କରିଛନ୍ତି ।

ଅନୁଷ୍କା ଏକ ଫଟୋ ସେୟାର୍ କରି ଲେଖିଛନ୍ତି ମୋର ‘ବେଷ୍ଟ୍ ଫ୍ରେଣ୍ଡ’ ଙ୍କୁ ପାଇଲି । ସେ ଟ୍ୱିଟ୍ଟ୍ କରି ମଧ୍ୟ ଲେଖିଛନ୍ତି, ବିରାଟଙ୍କ ସହିତ ଏକୁଟିଆ ଜଙ୍ଗଲରେ ବୁଲୁଥିଲେ ମଧ୍ୟ ମୁଁ ମୋର ବେଷ୍ଟ୍ ଫ୍ରେଣ୍ଡଙ୍କୁ ପାଇଛି ।

ସେହିପରି ଭାରତୀୟ କ୍ରିକେଟ୍ କପ୍ତାନ ବିରାଟ ନିଜର ଟ୍ୱିଟ୍ଟର୍ ଏବଂ ବିଭିନ୍ନ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ପତ୍ନୀ ଅନୁଷ୍କାଙ୍କ ସହିତ ଏହି ଜଙ୍ଗଲ ବୁଲିବାର ଅନେକ ଖବରକୁ ଖୁବ୍ ଆମୋଦଦାୟକ କ୍ୟପସନ୍ ସହିତ ଅନେକ ଫଟୋ ମଧ୍ୟ ସେୟାର୍ କରିଛନ୍ତି । ନିକଟରେ ବିରାଟ କଙ୍ଗାରୁ ଓ କିୱି ଦଳକୁ ଧୁଳି ଚଟାଇବା ପରେ ବିରାଟ ଓ ଅନୁଷ୍କା ଯୋଡ଼ି ଏକ ସଫଳ ଯୋଡ଼ି ବୋଲି ସୋସିଆଲ୍ ମିଡ଼ିଆରେ ଉଭୟଙ୍କ ଫ୍ୟାନମାନେ କମେଣ୍ଟ ଲେଖିଛନ୍ତି ।

Leave A Reply

Your email address will not be published.