Latest Odisha News

BREAKING NEWS

ଆସନ୍ତାକାଲି ବିଜେଡିରେ ଯୋଗଦେବେ ପୂର୍ବତନ କଂଗ୍ରେସ ନେତା ପ୍ରଦୀପ ମାଝୀ

ଭୁବନେଶ୍ୱର: ଆସନ୍ତାକାଲି ବିଜେଡିରେ ଯୋଗଦେବେ ନବରଙ୍ଗପୁର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ। ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ । ପ୍ରାୟ ୧୦ ହଜାର କର୍ମୀ ଓ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗଦେବେ । ଏନେଇ ନବରଙ୍ଗପୁର ଜିଲ୍ଲାରେ ବଡ ଆୟୋଜନ କରାଯାଇଛି ।

ନିବରଙ୍ଗପୁର ଜିଲ୍ଲାର ୪ ବିଧାୟକ ,ଲୋକସଭା ସାଂସଦ ରମେଶ ମାଝୀ, ସାଂସଦ ମୁନ୍ନା ଖାଁ , ରାଜ୍ୟ ସଂଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।କଂଗ୍ରେସରହେବି ୱଟ ନେତା ଥିଲେ ପ୍ରଦୀପ ମାଝୀ। ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ନେଇ ପିସିସି ସଭାପତି ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ଆଉ କହିଥିଲେ ଅତି ଦୁଃଖ ଓ କଷ୍ଟର ସହ ଏହି ନିଷ୍ପତି ନେଇଛି। ପୂର୍ବରୁ କ୍ରିୟାଶିଳ ନେତୃତ୍ୱ ଯୋଗୁଁ ଦଳର ସଂଙ୍ଗଠନ ଭଲରେ ପରିଚାଳିତ ହେଉଥିଲା।

କିନ୍ତୁ ନିଜ ଜିଦ୍ରେ ଅଟଳ ରହି ଦଳକୁ ଅସହଯୋଗ କରୁଥିବା ବ୍ୟକ୍ତି ଦଳରେ ଗୁରୁତ୍ୱ ପୂର୍ଣ୍ଣ ପଦବୀରେ ରହିବା ଯୋଗୁଁ କଂଗ୍ରେସ ନିମ୍ନମାନ ହେଉଥିବା କହିଛନ୍ତି ପ୍ରଦୀପ ମାଝୀ। ନିକଟରେ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରଦୀପ କହିଥିଲେ ଯେ କୋରାପୁଟରେ ଅନେକ ସମସ୍ୟା ରହିଛି। କଂଗ୍ରେସର ଶକ୍ତି ନାହଁ। ବିଜେଡି ସମସ୍ୟାର ସମାଧାନ କରିପାରିବ ବୋଲି ପ୍ରଦୀପ ମାଝୀ କହିଛନ୍ତି।

Leave A Reply

Your email address will not be published.