Latest Odisha News

ଜାମନଗର ରାଜ ପରିବାରର ଉତ୍ତରାଧିକାରୀ ହେଲେ ସାହେବ ଅଜୟ ଜାଡେଜା

ଗାନ୍ଧୀ ନଗର: ଗୁଜରାଟ ଜାମନଗର ରାଜପରିବାରର ଉତ୍ତରାଧୀକାରୀ ଘୋଷଣା । ଜାମ ସାହେବ ଶାତ୍ରୁଶଲ୍ୟ ସିଂହ ମହାରାଜ ଆଜି ତାଙ୍କର ଉତ୍ତରାଧିକାରୀ ଭାବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଅଜୟ ଜାଡେଜାଙ୍କ ନାମ ଘୋଷଣା କରିଛନ୍ତି ।

ଗୁଜୁରାଟର କଚ୍ଛ ଉପକୂଳର ଦକ୍ଷିଣ ଉପକୂଳରେ ଥିବା ଐତିହାସିକ ହାଲାର ଅଞ୍ଚଳରେ ଅବସ୍ଥିତ ଏକ ଭାରତୀୟ ରାଜ ପରିବାର ।

ଏହି ଅବସରରେ ଶତ୍ରୁଶଲ୍ୟ ସିଂହଜୀ କହିଛନ୍ତି, ‘ମୁଁ ଖୁସି ଯେ ଅଜୟ ଜାଡେଜା ନୱାନଗରର ନୂତନ ଜାମ ସାହେବ ହେବେ । ଅଜୟ ଜାଡେଜା ମୋର ଉତ୍ତରାଧିକାରୀ ତଥା ନୱାନଗରର ପରବର୍ତ୍ତୀ ଜାମ ସାହେବ ହେବାକୁ ଗ୍ରହଣ କରିଛନ୍ତି । ମୁଁ ଭାବୁଛି ଜାମନଗରବାସୀଙ୍କ ପାଇଁ ଏହା ଏକ ଆଶୀର୍ବାଦ ହେବ ।’

ପୂର୍ବତନ କ୍ରିକେଟର ଅଜୟ ଜାଡେଜା ଜାମନଗରର ହିଁ ଅଟନ୍ତି ଏବଂ ତାଙ୍କର ନୱାନଗର ରାଜପରିବାର ସହ ସମ୍ପର୍କ ରହିଛି । ଜାମ ସାହେବ ଶତ୍ରୁଶଲ୍ୟା ସିଂହଜୀଙ୍କର କୌଣସି ସନ୍ତାନ ନଥିବାରୁ ତାଙ୍କୁ ତାଙ୍କର ଉତ୍ତରାଧିକାରୀ ବାଛିବାକୁ ପଡ଼ିଲା । ଏଥିପାଇଁ ସେ ଅଜୟ ଜାଡେଜାଙ୍କୁ ବାଛିଲେ ।

Leave A Reply

Your email address will not be published.