Latest Odisha News

ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ

ପୁରୀ/ଭୁବନେଶ୍ୱର : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ ଏବଂ ତାଙ୍କ ପତ୍ନୀ ଚେତନା ଶୁକ୍ରବାର ପୁରୀ ଗସ୍ତକରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଜି ତାଙ୍କ ଝିଅର ଜନ୍ମଦିନ ଅବସରରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରିଛନ୍ତି।

ଆଜି ପ୍ରାୟ ଭୋର ୫ଟା ସମୟରେ କଡା ସୁରକ୍ଷା ବଳୟ ମଧ୍ୟରେ ସେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।

“ଆମେ ପ୍ରଥମଥର ପାଇଁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ଦର୍ଶନ କରିଛୁ, ଆଜି ମଧ୍ୟ ଆମ ଝିଅର ଜନ୍ମ ଦିନ । ଏଥିସହିତ ଆଜି ସକାଳେ ମନ୍ଦିରରେ ଆଳତୀ ସମୟରେ ପହଞ୍ଚି ଦର୍ଶନ କରିପାରିଛୁ । ଗୁରୁବାର କଳିଙ୍ଗ ଷ୍ଟାଡିୟମରେ କ୍ରିକେଟର ଅନୀଲ କୁମ୍ବଲେ ହକି ମ୍ୟାଚ୍ ଦେଖିବା ସହ ହକି ବିଶ୍ୱକପ୍ ପାଇଁ ସେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଥିବା” ପ୍ରକାଶ କରିଛନ୍ତି ଅନୀଲ କୁମ୍ବଲେ ।

ଅନ୍ୟପକ୍ଷରେ କୁମ୍ବଲେ ଓଡିଶା ହକି ପୁରୁଷ ବିଶ୍ୱକପରେ ପୁଲ-ଏରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମ୍ୟାଚ ଦେଖିଥିଲେ ଏବଂ ହକି ପ୍ରେମୀଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ। ଆହୁରି ମଧ୍ୟ ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବସି ମ୍ୟାଚ୍ ଦେଖିଥିଲେ।

ଏହି କିମ୍ବଦନ୍ତୀ ଭାରତୀୟ ସ୍ପିନର କଳିଙ୍ଗ ଷ୍ଟାଡିୟମରେ ହକି ମ୍ୟାଚ ଦେଖିବା ସମୟରେ ନିଜ ପତ୍ନୀଙ୍କ ସହ ଉଠାଇଥିବା ଫଟୋ ଗୁଡିକୁ ନିଜ ଟ୍ୱିଟର୍ ପେଜରେ ପୋଷ୍ଟ କରିଛନ୍ତି ।

Leave A Reply

Your email address will not be published.