Latest Odisha News

BREAKING NEWS

ଲିଙ୍ଗଗତ ହିଂସା ରୋକିବାକୁ ସୋଆ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପଥପ୍ରାନ୍ତ ନାଟକ ପରିବେଷଣ

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ବିଶ୍ୱରେ ବିତର୍କିତ ପ୍ରସଙ୍ଗ ଭାବେ ଲିଙ୍ଗଗତ ହିଂସା ରହିଥିବାବେଳେ ଏହାକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ୟୁନିଭର୍ସିଟି)ର ଛାତ୍ରଛାତ୍ରୀଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଛି ।

ଭୁବନେଶ୍ୱରର ପ୍ରାୟ ୧୦ଟି ସ୍ଥାନରେ ଏହି ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି । ବିଶେଷତଃ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯାତନା ଏହି ପଥପ୍ରାନ୍ତ ନାଟକର ମୁଖ୍ୟ ବିଷୟବସ୍ତୁ ରହିଥିଲା ।

ସୋଆ ଡ୍ରାମାଟିକ୍ ସୋସାଇଟି “ଟନେଲଷ୍ଟୁକ୍” ପକ୍ଷରୁ ଛାତ୍ରଛାତ୍ରୀମାନେ ଡିସେମ୍ବର ୧ ଏବଂ ୨ ତାରିଖରେ ‘ପରୀ ପାଇଁ କଥାଟିଏ’ ନାମକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ସମାଜରେ ଲିଙ୍ଗଗତ ହିଂସାକୁ ରୋକିବା ଦିଗରେ କିଭଳି ଅଧିକ ସଚେତନତା ସୃଷ୍ଟି କରାଯାଇପାରିବ ସେନେଇ ଏହି ନାଟକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉଦ୍ୟମ କରିଥିଲେ ।

ଏହି ପଥପ୍ରାନ୍ତଗୁଡ଼ିକ ଭୁବଶ୍ୱେର ସ୍ମାର୍ଟ ସିଟି ଲିମିଟେଡ୍ ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ୍ ଏବଂ ୟୁଏନଏଫ୍ ପିଏ ପକ୍ଷରୁ ସହଯୋଗ କରାଯାଇଥିଲା ।

କୋଚିଆରୀଙ୍କ ସମେତ ସୂର୍ଯ୍ୟନାରାୟଣ ପତି, ଶାଶ୍ୱତ ପାଣି, ବନିସା ନାୟକ, ଅଂଶୁ ଅମନ୍, ସୌରଭ ପାଢ଼ି, ଶ୍ରେୟାସ୍ ମହାପାତ୍ର, ନାରାୟଣ ମିଶ୍ର, ନମଲା କାଜୋଲ୍, ନୁପୁର ଦାସ, ଅଭିଳାଷ ଦାସ ଓ ପିନାକି ବିଶୋଇ ପ୍ରମୁଖ ପଥପ୍ରାନ୍ତ ନାଟକରେ ଅଭିନୟ କରିଥିବା ବେଳେ ଆସମାନ୍ ଚୌଧୁରୀ ଓ ସୁପ୍ରିୟା ନାୟକ ବ୍ୟାକଷ୍ଟେଜରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.