Latest Odisha News

BREAKING NEWS

ରାଜନୀତିରୁ ସନ୍ୟାସ ନେବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ସକ୍ରିୟ ରାଜନୀତିରୁ ସନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ  ସୂଚନା ଦେଇଛନ୍ତି ।  ଗୌତମ ଗମ୍ଭୀର ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଅଛନ୍ତି ।

ସେ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି,‘‘ମୁଁ ମାନନୀୟ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅନୁରୋଧ କରିଛି ଯେ, ମୋତେ ରାଜନୀତି କର୍ତ୍ତବ୍ୟରୁ ମୁକ୍ତି  ଦିଅନ୍ତୁ। ଯଦ୍ୱାରା ମୁଁ କ୍ରିକେଟରେ ଧ୍ୟାନ ଦେଇପାରିବି। ମୁଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାନନୀୟ ଗୃହମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ମୋତେ ଲୋକଙ୍କ ସେବା କରିବା ପାଇଁ  ସୁଯୋଗ ଦେଇଥିଲେ ।’’

ସୂଚନାଯୋଗ୍ୟ, ୨୦୧୯ ମସିହା ମାର୍ଚ୍ଚ ୨୨ରେ ଗୌତମ ଗମ୍ଭୀର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିଲେ । ବିଜେପି ତାଙ୍କୁ  ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ  ପ୍ରାର୍ଥୀ କରାଇଥିଲା ।  ଗୌତମ ଗମ୍ଭୀର ଆମ ଆଦମୀ ପାର୍ଟି ଓ କଂଗ୍ରେସ  ପ୍ରାର୍ଥୀଙ୍କୁ ହରାଇ  ବିଜୟୀ ହୋଇଥିଲେ।

ଗୌତମ ଗମ୍ଭୀର ୨୦୧୪ ମସିହାରେ ଏକ ଫାଉଣ୍ଡେସନ କରିଥିଲେ ।ଏ ହି  ଫାଉଣ୍ଡେସନର ଉଦ୍ଦେଶ୍ୟ ଥିଲା ଦିଲ୍ଲୀରେ କେହି ଭୋକିଲା ଶୋଇବେ ନାହିଁ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ୨୦୧୭ ମିହାରେ ଦିଲ୍ଲୀର ପଟେଲ ନଗରରେ ଫାଉଣ୍ଡେସନ ମାଧ୍ୟମରେ ଏକ ରୋଷେଇ ଘର ପ୍ରତିଷ୍ଠା କରାଯାଇଥିଲା । ଏହି ଫାଉଣ୍ଡେସନର ଉଦ୍ଦେଶ୍ୟ ଥିଲା ସହିଦ ପିଲାମାନଙ୍କ ନିକଟରେ ପହଞ୍ଚିବା ଏବଂ ସେମାନଙ୍କ ସମସ୍ତ ଶିକ୍ଷାଗତ ଆବଶ୍ୟକତାକୁ ସମର୍ଥନ କରି ସେମାନଙ୍କୁ ସଶକ୍ତ କରିବା । ଏହାସହ ଦିଲ୍ଲୀ ସହରରେ ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଗଛ ଲଗାଇବା, ସହରକୁ ସବୁଜ କରିବାକୁ ଚେଷ୍ଟା କରିଥାଏ ଗୌତମଙ୍କ ଏହି ଫାଉଣ୍ଡେସନ ।

Leave A Reply

Your email address will not be published.