Latest Odisha News

BREAKING NEWS

ମହାମହିମଙ୍କ ଓଡିଶା ଗସ୍ତର ଶେଷ ଦିନ: ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ଦେଲେ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡି଼ଶା ଗସ୍ତର ଶେଷ ଦିନ। ଆଜି ମହାମହିମ ସମ୍ବଲପୁର ଜିଲ୍ଲା ରେଢାଖୋଲ ଗସ୍ତ କରିଛନ୍ତି । ଆଜି ସକାଳ ୧୦ଟାରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ବାୟୁସେନାର ହେଲିକପ୍ଟର ଯୋଗେ ଯାଇ ରେଢାଖୋଲ ବ୍ଲକର କଦଳିଗଡ଼ ହାଇସ୍କୁଲ ପଡିଆରେ ଓହ୍ଲାଇଥିଲେ ।

ସେଠାରୁ ସିଧାସଳଖ ମଧୁପୁର ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ଆବିର୍ଭାବ ପୀଠକୁ ଯାଇଥିଲେ ମହାମହିମ । ସେଠାରେ ସନ୍ଥକବି ଭୀମଭୋଇଙ୍କୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଚଳୀ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଏହା ସହ ଭୀମ ଭୋଇଙ୍କ ଆଶ୍ରମ ମଧ୍ୟ ପରିଦର୍ଶନ କରିଛନ୍ତି ରାଷ୍ଟ୍ରପତି । ସେଠାରୁ ସନ୍ଥକବିଙ୍କ ଜ୍ଞାନପ୍ରାପ୍ତି ପୀଠ କନ୍ଧରା ଓ ବାଲ୍ୟକାଳ କାଟିଥିବା ସ୍ଥାନ କାଙ୍କଡପଡା ପରିଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ।

ଏହାପରେ ପୁଣି ରେଢ଼ାଖୋଲରେ ଥିବା କୁକୁଡ଼ା ବାହାଲିରେ ଥିବା ଭୀମ ଭୋଇଙ୍କ ଆଶ୍ରମକୁ ଯିବାର କାର୍ଯ୍ୟକ୍ରମ ରହିଛି l ପରେ ରେଢାଖୋଲ ମିନି ଷ୍ଟାଡିୟମରେ ମହିମା ଭକ୍ତ ଓ ସାଧାରଣ ଜତନାଙ୍କୁ ଉଦବୋଧନ ଦେବେ ରାଷ୍ଟ୍ରପତି । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରେଢାଖୋଲ ଓ କଦଳୀଗଡ଼ାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଅପରାହ୍ନ ୫ଟା ୧୫ରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦିଲ୍ଲୀ ଫେରିଯିବେ ମହାମହିମ ।

ସୂଚନାଯୋଗ୍ୟ ଯେ, ଗତକାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସହ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ପଦକ ପ୍ରଦାନ କରିଥିଲେ । ଅପରାହ୍ନରେ କଟକରେ ବ୍ରହ୍ମକୁମାରୀ ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହୋଇ ପୁଣି ରାଜଭବନ ଫେରିଥିଲେ ।

Leave A Reply

Your email address will not be published.