Latest Odisha News

BREAKING NEWS

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଆଜମ ଚୀମା ମୃତ: ରିପୋର୍ଟ

କରାଚୀ: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲଶ୍ମର ଇ ତୋଇବାର ବରିଷ୍ଠ କମାଣ୍ଡର ଆଜମ ଚୀମାର ମୃତ୍ୟୁ ଘଟିଛି । ପାକିସ୍ତାନର ଫୈସଲାବାଦରେ ହୃଦଘାତରେ ଚୀମାର ମୃତ୍ୟୁ ଘଟିଛି ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣରେ ମଧ୍ୟ ସେ ମାଷ୍ଟରମାଇଣ୍ଡ ଥିଲା । ଏଥିରେ ୧୮୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦୦ଜଣ ଆହତ ହୋଇଥିଲେ । ଏହା ପରେ ସେ ୨୦୦୮ ମୁମ୍ବାଇ ଆକ୍ରମଣ ପାଇଁ ମଧ୍ୟ ଷଡଯନ୍ତ୍ର ରଚିଥିଲା । ଏଥିରେ ୬ ଆମେରିକୀୟ ନାଗରିକଙ୍କ ସମେତ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୀର୍ଘ ଦିନ ଧରି ସେ ଅସୁସ୍ଥ ରହିବା ପରେ ମୃତ୍ୟୁବରଣ କରିଛି ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି ।

୨୫ ନଭେମ୍ବର ୨୦୦୮ରେ ୧୦ଜଣ ପାକିସ୍ତାନୀ ଆତଙ୍କବାଦୀ ସମୁଦ୍ର ମାର୍ଗ ଦେଇ ଦକ୍ଷିଣ ମୁମ୍ବାଇରେ ପ୍ରବେଶ କରିଥିଲେ । ସେମାନେ ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲେ । ତାଜ ମହଲ ପ୍ୟାଲେସ ହୋଟେଲରେ ପ୍ରବେଶ କରି ଆଖିବୁଜା ଗୁଳି ଚାଳନା କରିଥିଲେ । ୧୮ଜଣ ସୁରକ୍ଷାକର୍ମୀ ମଧ୍ୟ ଏଥିରେ ଶହୀଦ ହୋଇଥିଲେ । ଚୀମାକୁ ଭାରତର ପ୍ରମୁଖ ଶତ୍ରୁ ଭାବେ ବିବେଚନା କରାଯାଉଥିଲା । ତାର ମୃତ୍ୟୁରେ ଅନେକ ଆଶ୍ୱସ୍ତି ହୋଇଛନ୍ତି ।

Leave A Reply

Your email address will not be published.