Latest Odisha News

BREAKING NEWS

ଇଚ୍ଛାମୃତ୍ୟୁ: କନ୍ଦାଇଦେବ ଆପଣଙ୍କୁ ଏହି ଦମ୍ପତିଙ୍କ କାହାଣୀ

ନୂଆଦିଲ୍ଲୀ: ସେ ଦୁଇଜଣ ୯୩ ବର୍ଷର ଥିଲେ । ତାଙ୍କ ବିବାହକୁ ଇତି ମଧ୍ୟରେ ୭୦ ବର୍ଷ ବିତିଯାଇଥିଲା । ଯେତେବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କଲେ, ସେତେବେଳେ ବେଡ୍ ରେ ଶୋଇଥିବା ସେ ଦୁଇଜଣ ପରସ୍ପରର ହାତ ଜୋରସେ ଧରିନେଲେ । ଇଏ ହେଉଛନ୍ତି ଦୁନିଆର ପ୍ରଥମ ଦମ୍ପତି ଯିଏ ନେଇଥିଲେ ଇଚ୍ଛାମୃତ୍ୟୁ । ଦୁନିଆର କୋଟି କୋଟି ଲୋକଙ୍କ ଆଖିରେ ଏହି ଖବର ଲୁଷ ଆଣିଦେଇଥିଲା । ଏହାସହ ଇଚ୍ଛାମୃତ୍ୟୁର ଚର୍ଚ୍ଚା ପୁଣି ଥରେ ହେବାକୁ ଲାଗିଲା । କାରଣ ସେ କୌଣସି ସାଦାରଣ ଲୋକ ନଥିଲେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କୁ ୟୁଥେନେସିୟା ବା ଇଚ୍ଛାମୃତ୍ୟୁ ଦିଆଯାଇଥିଲା । ତେବେ ଏହା କୌଣସି ଗୋଟିଏ ଦେଶର କଥା ନୁହେଁ, ବହୁତ କମ୍ ଲୋକଙ୍କୁ ଜଣାଥିବ ଯେ ଦୁନିଆର ପ୍ରାୟ ଏକ ଡର୍ଜନ ଦେଶରେ ଗତ ୨୫ବର୍ଷ ମଧ୍ୟରେ ମୃତ୍ୟୁରେ ଏହି ସହାୟତା ବ୍ୟବସ୍ଥାକୁ ଆଇନଗତ କରିଛନ୍ତି । ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସେ ଯେ, ଏହି ଦେଶ ମାନଙ୍କରେ କିଭଳି ଏପରି ଘଟଣାକୁ ଅନୁମତି ଦେଉଛନ୍ତି ?

ଫେବୃଆରୀ ୫ ରେ, ପୂର୍ବତନ ଡଚ୍ ପ୍ରଧାନମନ୍ତ୍ରୀ ଡ୍ରାଇସ ବେନ୍ ଅଗ୍ଟ ଏବଂ ତାଙ୍କ ପତ୍ନୀ ୟୁଜେନି ଏହି ଇଚ୍ଛାମୃତ୍ୟୁ ନେଇଥିଲେ । ବାସ୍ତବରେ, ୟୁଥେନେସିୟାର ଅର୍ଥ ହେଉଛି ‘ଯନ୍ତ୍ରଣାହୀନ ମୃତ୍ୟୁ’ । ୨୦୦୨ରେ, ନେଦରଲ୍ୟାଣ୍ଡ ପ୍ରଥମ ଦେଶ ଭାବରେ ୟୁଥେନେସିୟାକୁ ଅନୁମତି ଦେଲା | ଡଚ୍ ସରକାରଙ୍କ କହିବା ଅନୁସାରେ, ଜଣେ ଡାକ୍ତର ଏହି କାମ କରନ୍ତି । ରୋଗୀର ସ୍ପଷ୍ଟ ଅନୁରୋଧରେ ସେ ଉପଯୁକ୍ତ ଔଷଧର ମାରାତ୍ମକ ମାତ୍ରା ପ୍ରଦାନ କରନ୍ତି । ସେଠାରେ ଥିବା ଆଇନ ‘ସହାୟକ ଆତ୍ମହତ୍ୟା’ କୁ ମଧ୍ୟ ଅନୁମତି ଦେଉଥିଲା, ଯେଉଁଥିରେ ଜଣେ ଡାକ୍ତରଙ୍କ ଦ୍ୱାରା ସାଂଘାତିକ ଔଷଧ ଦିଆଯାଏ କିନ୍ତୁ ରୋଗୀ ଏହାକୁ ନିଜେ ନେଇଥାନ୍ତି।

ତେବେ ଆମ ଦେଶରେ ମଧ୍ୟ ଏହି ମୃତ୍ୟୁ ପ୍ରଚଳିତ ଥିଲା । ମାନ୍ୟବର ସୁପ୍ରିମକୋର୍ଟ ଏହାକୁ ଅନୁମତି ଦେଇଥିଲା ।  ମୁମ୍ବାଇର ନର୍ସ ଅରୁଣା ଶାନବାଗଙ୍କ ମାମଲାରେ ଭାରତରେ ଇଚ୍ଛାମୃତ୍ୟୁକୁ ଆଇନଗତ କରିବାକୁ ଅଭିଯାନ ବୃଦ୍ଧି ପାଇଲା । ୧୯୭୩ରେ ହୋଇଥିବା ଆକ୍ରମଣ ପରେ ଅରୁଣା ତାଙ୍କ ଜୀବନର ୪୨ ବର୍ଷ ଅଚେତ ଅବସ୍ଥାରେ ବିତାଇଥିଲେ । Vegetative State ଏକ ଏପରି ଅବସ୍ଥା ଯେତେବେଳେ ଜଣେ ବ୍ୟକ୍ତି ଜାଗ୍ରତ ହୁଏ କିନ୍ତୁ ତାଙ୍କ ଭିତରେ କୌଣସି ଲକ୍ଷଣ ଦେଖାଏ ନାହିଁ | ୨୦୧୧ରେ, ସୁପ୍ରିମକୋର୍ଟ ପ୍ରଥମ ଥର ପାଇଁ ଠିକ୍ ନହେଉଥିବା ଅସୁସ୍ଥତା କ୍ଷେତ୍ରରେ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଥିଲେ ।

 

Leave A Reply

Your email address will not be published.