Latest Odisha News

BREAKING NEWS

ପରଲୋକରେ ଇଂଲଣ୍ଡର ମହାନ କ୍ରିକେଟର ଟେଡ ଡେକ୍ସଟର

ଲଣ୍ଡନ: ଇଂଲଣ୍ଡ କ୍ରିକେଟର ମହାନ ଖେଳାଳି ଟେଡ ଡେକ୍ଟଟରଙ୍କୁ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକଙ୍କ ବୟସ ୮୬ ବର୍ଷ ହୋଇଥିଲା । ଏହି ଅଲରାଉଣ୍ଡରଜଣକ ୧୯୫୮ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବା ସହ ଓଭରାଲ ୬୨ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ୧୯୬୧-୬୨ ମଧ୍ୟରେ ଇଂଲଣ୍ଡର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ।

ରାଜନୀତିରେ ଯୋଗ ଦେବା ପାଇଁ ସେ କ୍ରିକେଟରୁ ଦୂରେଇ ଯାଇଥିଲେ । ତାଙ୍କ ବିୟୋଗରେ ଆଇସିସି ପକ୍ଷରୁ ମଧ୍ୟ ଶୋକ ବ୍ୟକ୍ତ କରାଯାଇଛି । ପ୍ରଥମଶ୍ରେଣୀ କ୍ରିକେଟରେ ୨୧୦୦୦ରୁ ଊର୍ଦ୍ଧ୍ୱ ରନ କରିବା ସହ ୪୦୦ରୁ ଅଧିକ ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.