Latest Odisha News

ମିଳିଲାନି ଟିକେଟ୍, ବିଜେଡିରୁ ଇସ୍ତଫା ଦେଲେ ସୁରେନ୍ଦ୍ର ସେଠୀ

କାକଟପୁର: ବିଜିଡି ରୁ ଇସ୍ତଫା ଦେଲେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ । ସେ ଆଜି ବିଜୁ ଜନତା ଦଳର ସଭାପତିଙ୍କୁ ପତ୍ର ଲେଖି ନିଜର ଇସ୍ତଫା ପତ୍ର ବିଷୟରେ ଜଣାଇଛନ୍ତି । ସେ ଟିକେଟ୍ ପାଇଁ ଆଶାୟୀ ଥିବାବେଳେ, ଦଳ କିନ୍ତୁ ତାଙ୍କୁ ନିରାଶ କରିଥିଲା ଯାହା ଫଳରେ ସେ ଅସନ୍ତୁଷ୍ଟ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ କାକଟପୁର ବିଧାୟକ ରହିଥିଲେ ସୁରେନ୍ଦ୍ର ସେଠୀ । ହେଲେ ୨୦୧୯ରେ କିନ୍ତୁ ଦଳ ବିଜେପିରୁ ଆସି ବିଜେଡିରେ ଯୋଗଦେଇଥିବା ତୁଷାରକାନ୍ତି ବେହେରାଙ୍କୁ ଟିକେଟ୍ ଦେଇଥିଲା । ତେବେ ୨୦୨୪ରେ କିନ୍ତୁ ପୁଣିଥରେ ଟିକେଟ୍ ଆଶାରେ ଥିଲେ ସୁରେନ୍ଦ୍ର । ହେଲେ ଏଥିର ମଧ୍ୟ ତାଙ୍କୁ ନିରାଶ କରିଛି ଦଳ ।

ଆଉ ଏହାପରେ ସେ ଦଳ ଉପରେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଏହାପରେ ସେ କେଉଁ ଦଳରେ ଯୋଗଦେବେ ତାହା ନେଇ କୌଣସି ସୂଚନା ନାହିଁ ।

Leave A Reply

Your email address will not be published.