Latest Odisha News

BREAKING NEWS

କାହାର ହେବ ପଟ୍ଟାଙ୍ଗୀ ?

ଭୁବନେଶ୍ବର: ପଟ୍ଟାଙ୍ଗୀରେ ବିଜେଡି ପ୍ରଫୁଲ୍ଲ ପାଙ୍ଗିଙ୍କୁ ପ୍ରାର୍ଥୀ କରିଛି ତ ବିଜେପି ଚୈତନ୍ୟ ନନ୍ଦିବାଲି ଓ କଂଗ୍ରେସ ରାମଚନ୍ଦ୍ର କାଡାମଙ୍କୁ ମଇଦାନକୁ ଓହ୍ଲାଇଛି। କେତେବେଳେ  କଂଗ୍ରେସ ତ କେତେବେଳେ ବିଜେଡିକୁ ବାଛିଛି ପଟ୍ଟାଙ୍ଗୀ । କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ପଟ୍ଟାଙ୍ଗୀରୁ ଦୁଇ ଥର ନିର୍ବାଚିତ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି ୨୦୧୪ରେ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ରେ ତାଙ୍କୁ ଟିକେଟ୍ ଦେଇନଥିଲା ବିଜେଡି । ଗତଥର ବିଜେଡି ପ୍ରାର୍ଥୀ ପୀତମ ପାଢୀ ରାମଚନ୍ଦ୍ର କାଡାମଙ୍କୁ ୪ହଜାରରୁ ଅଧିକ ଭୋଟରେ ହରାଇଥିଲେ। ତେବେ ଏଥର ପ୍ରଫୁଲ୍ଲ ପାଙ୍ଗି ପ୍ରାର୍ଥୀ ହୋଇଛନ୍ତି ।

ଉଭୟ ପ୍ରଫୁଲ୍ଲ ପାଙ୍ଗି ଓ ରାମଚନ୍ଦ୍ର କାଡାମ ପଟ୍ଟାଙ୍ଗୀ ରାଜନୀତିର ପୁରୁଣା ଚେହେରା । ଉଭୟ କ୍ଷମତାରେ ରହି କରିଥିବା କାମର ହିସାବ ଲୋକଙ୍କୁ ଦେଉଛନ୍ତି । ସେପଟେ ବିଜେପି ପ୍ରାର୍ଥୀ ଚୈତନ୍ୟ ନନ୍ଦିବାଲି ପୂର୍ବରୁ ବିଜେଡିରେ ଥାଇ ୨୦୧୯ରେ ଟିକେଟ୍ ଆଶାୟୀ ଥିଲେ । ଟିକେଟ୍ ନପାଇ ସ୍ବାଧୀନ ଭାବେ ଲଢି ହାରିଥିଲେ । ବିଜେପି ପ୍ରଥମେ ଏହି ଆସନରେ ଚୈତନ୍ୟ ହନ୍ତାଳଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ତାଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ଆଦିବାସୀ ମଞ୍ଚ ପକ୍ଷରୁ ବିରୋଧ ପରେ ବିଜେପି ପ୍ରାର୍ଥୀ ବଦଳାଇ ଚୈତନ୍ୟ ନନ୍ଦିବାଲିଙ୍କୁ ଟିକେଟ୍ ଦେଇଥିଲା । ଚୈତନ୍ୟ ନନ୍ଦିବାଲି ଦଳୀୟ ରାଜନୀତିରେ ବେଶୀ ପରିଚିତ ନଥିଲେ ବି ନିର୍ବାଚନମଣ୍ଡଳୀର ବିଭିନ୍ନ ସଂଗଠନ ସହ ଜଡିତ ।

Leave A Reply

Your email address will not be published.