Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ହାତ ଛାଡ଼ିଲେ ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ: ଯେତିକି ଯେତିକି ଲୋକସଭା ନିର୍ବାଚନ ପାଖେଇ ଆସୁଛି କଂଗ୍ରେସକୁ ଗୋଟେ ପରେ ଗୋଟେ ଝଟକା ମିଳୁଛି । ବର୍ତ୍ତମାନ ଭାରତର ସବୁଠାରୁ ଧନୀ ମହିଳା ତଥା ଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଥିବା ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡିବାକୁ ଘୋଷଣା କରିଛନ୍ତି । ସେ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏନେଇ ସାବିତ୍ରୀ ଜିନ୍ଦଲ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ତାଙ୍କ ଇସ୍ତଫା ବିଷୟରେ ସୂଚନା ଦେଇଛନ୍ତି ।

ତେବେ ନିକଟରେ ତାଙ୍କ ପୁଅ ନବୀନ ଜିନ୍ଦଲ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବାବେଳେ, ସାବିତ୍ରୀ ମଧ୍ୟ ବିଜେପିରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ଯୋର ଧରିଛି ।

ସାବିତ୍ରୀ ଜିନ୍ଦଲ ତାଙ୍କ ପୋଷ୍ଟ ରେ ଲେଖିଛନ୍ତି ଯେ, ‘ମୁଁ ଜଣେ ବିଧାୟିକା ଭାବରେ ୧୦ ବର୍ଷ ଧରି ହିସାରର ପ୍ରତିନିଧିତ୍ୱ କରିଆସୁଛି ଏବଂ ମନ୍ତ୍ରୀ ଭାବରେ ହରିୟାଣା ରାଜ୍ୟବାସୀଙ୍କ ସେବା ନିଃସ୍ବାର୍ଥପର ଭାବରେ କରିଆସୁଛି । ହିସାରର ଲୋକମାନେ ମୋର ପରିବାର ଏବଂ ମୋ ପରିବାରର ପରାମର୍ଶ କ୍ରମେ ମୁଁ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି । ମତେ ସମର୍ଥନ କରିଥିବାରୁ ମୋର ସମସ୍ତ ସହକର୍ମୀଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି’ ।

Leave A Reply

Your email address will not be published.