Latest Odisha News

BREAKING NEWS

ଆସିଲା ‘ହୀରାମଣ୍ଡି’ ରିଲିଜ ତାରିଖ; ଏହି ଦିନ ଓଟିଟି ପ୍ଲାଟଫର୍ମରେ ହେବ ମୁକ୍ତିଲାଭ

ମୁମ୍ବାଇ: ସଞ୍ଜୟ ଲୀଲା ବଂଶାଲିଙ୍କର ବହୁ ପ୍ରତୀକ୍ଷିତ ୱେବସିରିଜ ହୀରାମଣ୍ଡିକୁ ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ଆସିଛି ଖୁସିଖବର । ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି ଏହି ୱେବସିରିଜ । ବର୍ତ୍ତମାନ ଏହି ୱେବସିରିଜର ରିଲିଜ ତାରିଖ ଘୋଷଣା କରାଯାଇଛି । ନେଟଫ୍ଲିକ୍ସରେ ଏହି ସିରିଜ ମେ ୧ରେ ରିଲିଜ ହେବ ।

ମଲ୍ଟି ଷ୍ଟାର୍ ସିରିଜ୍ ‘ହିରାମଣ୍ଡି: ଦ ଡାଇମଣ୍ଡ ବଜାର’ର ରିଲିଜ ତାରିଖକୁ ନିଆରା ଢଙ୍ଗରେ ଘୋଷଣା କରାଯାଇଛି । ଦକ୍ଷିଣ ମୁମ୍ବାଇର ମହାଲକ୍ଷ୍ମୀ ରେସ୍ କୋର୍ସରେ ଆୟୋଜିତ ଏକ ଡ୍ରୋନ୍ ଲାଇଟ୍ ସୋ କାର୍ଯ୍ୟକ୍ରମ ସମୟରେ ଏହି ସିରିଜର ତାରିଖ ଘୋଷଣା କରାଯାଇଥିଲା । ଏହି ସମୟରେ, ୧୦୦୦ ଡ୍ରୋନ୍ ଉଡ଼ିବାର ଦୃଶ୍ୟ ଅତ୍ୟନ୍ତ ସୁନ୍ଦର ଦୃଶ୍ୟମାନ ହେଉଥିଲା । ଡ୍ରୋନ୍ ମାଧ୍ୟମରେ ଆକାଶରେ ହିରାମଣ୍ଡି: ଦ ଡାଇମଣ୍ଡ ବଜାର ଆକର୍ଷଣୀୟ ପ୍ରିମିୟର ପ୍ରଦର୍ଶିତ ହୋଇଥିଲା । ତେବେ ନେଟଫ୍ଲିକ୍ସରେ ଏହି ସିରିଜ୍ ମେ ୧ ରେ ପ୍ରସାରିତ ହେବ |

‘ଗଙ୍ଗୁବାଇ କାଠିଆୱାଡି’ ସଫଳତା ପରେ ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’ ଡେବ୍ୟୁ ୱେବ ସିରିଜ ସହ ଫେରୁଛନ୍ତି ନିର୍ଦ୍ଦେଶକ ସଂଜୟ ଲୀଲା ବଂଶାଲୀ । ଏହି ସିରିଜ ଘୋଷଣା ହେବା ଦିନ ଠାରୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମର ସମସ୍ତ କାଷ୍ଟଙ୍କ ପ୍ରଥମ ଲୁକ ରିଲିଜ କରିଛନ୍ତି । ଏଥିରେ ମଲ୍ଟି ତାରକା ଅଭିନୟ କରିଛନ୍ତି । ଅଦିତି ରାଓ ହାଇଦରୀ, ମନୀଷା କୋରେଲା, ସୋନାକ୍ଷୀ ସିହ୍ନା ଏବଂ ରିଚା ଚଡ୍ଡାଙ୍କ ସମେତ ଅନେକ ଅଭିନେତ୍ରୀ ଅଭିନୟ କରିଛନ୍ତି ।

Leave A Reply

Your email address will not be published.