Latest Odisha News

BREAKING NEWS

ଆମେରିକାରେ ପତ୍ନୀ, ମାଆଙ୍କୁ ହତ୍ୟା କଲେ ଭାରତର ପୂର୍ବତନ ଆଥଲେଟ

ନୂଆଦିଲ୍ଲୀ: ଆମେରିକାରେ ଭାରତର ପୂର୍ବତନ ଆଥଲେଟ ଇକବାଲ ସିଂ ତାଙ୍କ ପତ୍ନୀ ଓ ମାଆଙ୍କୁ ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ୬୨ ବର୍ଷୀୟ ଇକବାଲ ୧୯୮୩ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସେ ଶଟପୁଟରେ ଏହି ସଫଳତା ହାସଲ କରିଥିଲେ ।

ପୋଲିସ ତାଙ୍କୁ ଗିରଫ କରିବା ପାଇଁ ପଂହଚିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଇକବଲ ଥିଲେ । ସେ ଧାରୁଆ ଅସ୍ତ୍ରରେ ପତ୍ନୀ, ମାଆଙ୍କୁ ହତ୍ୟା କରିବା ପରେ ନିଜକୁ ମଧ୍ୟ କ୍ଷତି ପଂହଚାଇଥିଲେ । ଆମେରିକାରେ ସେ ଟ୍ୟାକ୍ସି ଡ୍ରାଇଭର ଭାବେ କାମ କରୁଥିଲେ । ଆର୍ଥୀକ ଅସୁବିଧା ଯୋଗୁ ସେ ଚାପରେ ରହି ଏହି ପଦକ୍ଷେପ ଗ୍ରହଣ କରିଥିବା ପୋଲିସ ଅନୁମାନ କରୁଛି ।

Comments are closed.