Latest Odisha News

BREAKING NEWS

ଚାମ୍ପିଅନ୍ସ ଟ୍ରଫିରେ ସ୍ଥାନ ପାଇଲେ ଶିଖର ଧାୱନ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ଏବେ ଚର୍ଚ୍ଚାରେ । ଏଥର ସେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ସ୍ଥାନ ପାଇଛନ୍ତି । ତେବେ ସେ ଜଣେ ଖେଳାଳି ଭାବରେ ନୁହେଁ, ଚାମ୍ପିଅନ୍ସ ଟ୍ରଫି ଲାଗି ଆଇସିସି ଆମ୍ବାସାଡର ଭାବେ ତାଙ୍କୁ ନିଯୁକ୍ତ କରିଛି ।

ସୂଚନାଥାଉକି,ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଓ ଦୁବାଇରେ ହାଇବ୍ରିଡ୍ ମଡେଲରେ ଖେଳାଯିବ । ତେବେ ଆଇସିସି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଚାରି ଜଣଙ୍କୁ ଆମ୍ବାସାଡର ନିଯୁକ୍ତ କରାଯାଇଛି । ଶିଖରଙ୍କ ସହ ୨୦୧୭ ଚାମ୍ପିଅନ୍ସ ଟ୍ରଫି ବିଜେତା ପାକିସ୍ତାନ ଦଳର ଅଧିନାୟକ ସର୍ଫରାଜ ଅହମଦ, ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ୍ ଓ୍ବାଟସନ୍ ଓ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ୍ ସାଉଦି ରହିଛନ୍ତି ।

https://www.instagram.com/reel/DF9_FngsTeQ/?utm_source=ig_web_copy_link

ଆମ୍ବାସାଡରମାନେ ମ୍ୟାଚବେଳେ ଉପସ୍ଥିତ ରହିବେ ଓ ଅତିଥି ସ୍ତମ୍ଭ ଲେଖିବେ, ଖେଳ ସମ୍ପର୍କରେ ସେମାନଙ୍କ ଅନୁଭବ ବଖାଣିବେ ।

ନିଯୁକ୍ତ ପରେ ଧାୱନ କହିଛନ୍ତି ଯେ, ଚାମ୍ପିଅନ୍ସ ଟ୍ରଫିରେ ଯୋଡି ହେବା ଏକ ବିଶେଷ ଅନୁଭବ । ଆଗାମୀ ଟୁର୍ଣ୍ଣାମେଣ୍ଟର ଆମ୍ବାସାଡର ଭାବେ ସମ୍ମାନ ପାଇବା ଗର୍ବର ବିଷୟ ଅଟେ । ଏହା ଏକ ବିଶେଷ ପ୍ରତିଯୋଗିତା ଯାହା ସହିତ ମୋର ଅନେକ ସ୍ମୃତି ଯୋଡି ହେଇ ରହିଛି ।

ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଶିଖର ଧାୱନଙ୍କ ଦବଦବା ରହିଛି । ଧାୱନ ଦୁଇଥର ଚାମ୍ପିଅନ୍ସ ଟ୍ରଫିରେ ଅଂଶଗ୍ରହଣ କରିଛନ୍ତି । ଉଭୟ ଥର ସେ ଗୋଲଡେନ୍ ବ୍ୟାଟ୍ ଜିତିଥିଲେ (ଟୁର୍ନାମେଣ୍ଟରେ ସର୍ବାଧିକ ରନ୍ ସଂଗ୍ରହ କରୁଥିବା ବ୍ୟାଟ୍ସମ୍ୟାନଙ୍କୁ ଦିଆଯାଇଥିବା ପୁରସ୍କାର) । ଏପରି ସଫଳତା ହାସଲ କରିବାରେ ସେ ହେଉଛନ୍ତି ବିଶ୍ବର ଏକମାତ୍ର ଖେଳାଳି। ସେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ୭୦୧ ରନ୍ ସଂଗ୍ରହ କରିଛନ୍ତି। ୨୦୧୩ ଚାମ୍ପିଅନ୍ସ ଟ୍ରଫିରେ ତାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ସମ୍ମାନିତ କରାଯାଇଥିଲା ।

 

Comments are closed.