ଭୁବନେଶ୍ବର: ବିକଶିତ ଭାରତରେ ସଡିଶାର ପ୍ରମୁଖ ଭୂମିକା ରହିବ । ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ପ୍ରମୁଖ ଭୂମିକା ଗ୍ରହଣ ବୋଲି ଆଜି ବଜେଟ ଅଧିବେଶନରେ ନିଜର ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାର୍ଟି ।
ଆଜିଠୁ ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ, ଅଧିବେଶନ ଆରମ୍ଭରୁ ଏଥିରେ ନିଜର ପ୍ରଥମ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ହରିବାବୁ । ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଆରମ୍ଭ କରିଛନ୍ତି ରାଜ୍ୟପାଳ । ଏହାପରେ ସେ ଓଡିଶାର ପ୍ରଗତି ଏବଂ ନୂଆ ସରକାରରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ଖଣିଜ ସଂପଦରେ ଓଡ଼ିଶା ଭରପୂର । ଓଡ଼ିଶା ତାର ଐତିହ୍ୟ, କୀର୍ତ୍ତିରାଜିକୁ ନେଇ ପରିଚିତ । ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ପ୍ରମୁଖ ଭୂମିକା ରହିବ ।
ଏଥିସହିତ ସେ କହିଛନ୍ତି, ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି ମୋ ସରକାରର ମୂଳମନ୍ତ୍ର । ମୋ ସରକାର ଧାନର ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛି । ଓଡ଼ିଆ ଅସ୍ମିତା ବିକାଶ ଦିଗରେ କାର୍ଯ୍ୟ କରୁଛି ।ଡିଜିପି ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା, ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରିଛୁ । ମୋ ସରକାର ନୂଆ ଶିକ୍ଷାନୀତିକୁ ଲାଗୁ କରିଛନ୍ତି । ଦୁଗ୍ଧ ଚାଷୀଙ୍କ ପାଇଁ କାମଧେନୁ ଯୋଜନା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଛୁ । ୪୬ ଲକ୍ଷ ମହିଳା ଓଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଯାଉଛି । ସୁଭଦ୍ରାରେ କୋଟିଏ ମହିଳା ଉପକୃତ । ମହିଳାଙ୍କୁ ସଶକ୍ତ କରିବାରେ ପଦକ୍ଷେପ ନେଉଛି ଆମ ସରକାର । ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷ ପତି ଦିଦି ସୃଷ୍ଟି କରାଯିବ । ହୀରାକୁଦ ଓ ସାତକୋଶିଆ ପ୍ରକଳ୍ପ ପୂରଣ ହେବ । ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଇ ଦିଆଯିବ । ୨୦୩୬ ସୁଦ୍ଧା ସବୃଦ୍ଧ ଓଡିଶାର ଲକ୍ଷ୍ୟ ପୂରଣ ହେବ ବୋଲି ମତ ରଖିଛନ୍ତି ରାଜ୍ୟପାଳ ।
Comments are closed.