ଅହମଦାବାଦ: ସଚିନ୍ ତେନ୍ଦୁଲକରଙ୍କ ପରେ ଆଉ ଜଣେ କ୍ରିକେଟରଙ୍କୁ କରୋନା । ଭାରତୀୟ ଦଳର ପୂର୍ବତନ ଖେଳାଳି ୟୁସୁଫ୍ ପଠାଣ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ୟୁସୁଫ୍ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । କୋଭିଡ୍ ପଜିଟିଭ୍ ଜଣାପଡ଼ିବା ପରେ ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା ସୂଚନା ଦେଇଛନ୍ତି ।
I've tested positive for COVID-19 today with mild symptoms. Post the confirmation, I have quarantined myself at home and taking all the necessary precautions and medication required.
I would request those who came in contact with me to get themselves tested at the earliest.
— Yusuf Pathan (@iamyusufpathan) March 27, 2021
ଏଥିସହ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଉଛନ୍ତି ୟୁସୁଫ୍ । ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତେ କୋଭିଡ୍ ଟେଷ୍ଟ କରାଇ ନେବାକୁ ୟୁସୁଫ୍ ପରାମର୍ଶ ଦେଇଛନ୍ତି ।
ଶନିବାର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ସେ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରେ ରହି ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି । ସଚିନଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡ଼ିଛି ।
Comments are closed.