Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ନୟାଗଡ଼ ମ୍ୟୁନିସିପାଲଟି ଆକାଉଣ୍ଟାଣ୍ଟ, ନେଉଥିଲେ ୨୦ ହଜାର ଟଙ୍କା ଲାଞ୍ଚ

ନୟାଗଡ଼: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ । ନୟାଗଡ଼ ମ୍ୟୁନିସିପାଲଟିର ଆକାଉଣ୍ଟାଣ୍ଟ ଅଜୟ କୁମାର ସାଠୁଆ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଅଜୟ । ସିକ୍ୟୁରିଟି ଡିପୋଜିଟ୍ ଫେରାଇବା ଲାଗି ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ତାଙ୍କ ଠାରୁ ଲାଞ୍ଚ ନେଇଥିବା ୨୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।

ଆକାଉଣ୍ଟାଣ୍ଟ ଅଜୟ ଲାଞ୍ଚ ଟଙ୍କାକୁ ଲଫାପାରେ ଅଫିସ୍ ଟେବୁଲରେ ରଖିଥିଲେ । ଉକ୍ତ ଟଙ୍କାକୁ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ଜବତ କରିଛି । ଅଜୟଙ୍କ ଇଟାମାଟି ସ୍ଥିତ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏନେଇ ଭୁବନେଶ୍ୱର ଭିଜିଲାନ୍ସ କେସ ନମ୍ବର ୮ରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.