Latest Odisha News

BREAKING NEWS

ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ବିୟୋଗ

ଭୁବନେଶ୍ୱର: ପୂର୍ବତନ ସାଂସଦ ମୋହନ ଜେନାଙ୍କ ବିୟୋଗ। ସେ ଯାଜପୁର ଲୋକସଭା ଆସନରୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ମୋହନ ଜେନା ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି। ତାଙ୍କ ଝିଅ ଆଦ୍ୟା ଅନନ୍ଦିତା କହିଛନ୍ତି, ସେ ଚାରି ବର୍ଷ ହେବ କିଡନୀ ରୋଗରେ ପୀଡ଼ିତ ଥିଲେ। ଗତ ୨୦ ଦିନ ତଳେ ଏକ ରାଜନୈତିକ ବୈଠକରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିଲା। ଏହାପରେ ଘରୋଇ ହସ୍ପିଟାଲ କିମ୍ସରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ବେ ତାଙ୍କର ବିୟୋଗ ହୋଇଛି। ଏବେ ମର ଶରୀରକୁ ଖାରବେଳ ନଗର ସ୍ଥିତ ବାସଭବନକୁ ନିଆଯିବ। ପରେ ଜନ୍ମମାଟି ଗାଁରେ ଶେଷକୃତ୍ୟୁ ସମ୍ପନ୍ନ ହେବ।

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ସେ ଛାତ୍ର ଜୀବନରୁ ଅଣ କଂଗ୍ରେସ ରାଜନୀତିରେ ସକ୍ରିୟ ଥିଲେ। ବାଣୀ ବିହାର ବିଶ୍ବବିଦ୍ୟାଳୟରେ ଛାତ୍ର ରାଜନୀତିରେ ସେ ସକ୍ରିୟ ଥିଲେ।

ସେ ବିଜେଡି ଟିକେଟରେ ନିର୍ବାଚନ ଲଢି ସାଂସଦ (୨୦୦୪ରୁ ୨୦୧୪) ହୋଇଥିଲେ। ହେଲେ ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜେପିରେ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପିର ଅନ୍ୟତମ ଶୀର୍ଷ ନେତା ଅରୁଣ ସିଂହଙ୍କ ଉପସ୍ଥିତିରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ।

Comments are closed.