Latest Odisha News

BREAKING NEWS

ଏକାଠି ହେଲେ ପ୍ରେମପକ୍ଷୀ, ବଙ୍ଗାଳୀ ବୋହୂ ସାଜିଲେ ରୁଷୀୟ କନ୍ୟା

ନୂଆଦିଲ୍ଲୀ : ପ୍ରେମ ଶାଶ୍ୱତ ଓ ଚିରନ୍ତନ । ପ୍ରେମରେ ଭରି ରହିଥାଏ ବିଶ୍ୱାସ  । ପ୍ରେମ କୌଣସି ପ୍ରତିବନ୍ଧକ ମାନିନଥାଏ  । କଥାରେ ଅଛି ପ୍ରେମ ପାଇଁ ସାତ ସମୁଦ୍ର ପାର କରିଯାଆନ୍ତି ପ୍ରେମଚଢ଼େଇ । ତେବେ ଏହି କଥାକୁ ବାସ୍ତବ ରୂପ ଦେଇ ପ୍ରେମର ପରିଭାଷାକୁ ବୁଝିଛନ୍ତି ଜଣେ ରୁଷୀୟ ଯୁବତୀ  । ଆମେ କହୁଛୁ ରୁଷର ଏହି ସୁନ୍ଦର ଯୁବତୀଙ୍କ କଥା ।  ଯୁବତୀ ଜଣଙ୍କ ହେଉଛନ୍ତି ଆଲେକ୍ସଜାଣ୍ଡାର ଇଭାନାଭା । ସେ ବଙ୍ଗୀୟ ଯୁବକଙ୍କୁ ବିବାହ କରିଛନ୍ତି । ଯାହାର ଫଟୋ ସୋଶିଆଲ ମିଡିଆରେ ଘୂରି ବୁଲୁଛି  ।

ସୂଚନା ଅନୁଯାୟୀ, ସହରାଂସୁ ସିଂଙ୍କ ସହ ଆଲେକ୍ସଜାଣ୍ଡାରଙ୍କର ପ୍ରେମ ହୋଇଥିଲା । ସହରାଂସୁ  ୨୦୧୬ ମସିହାରେ ବିଲାତର ଅକ୍ସଫୋର୍ଡ ୟୁନିର୍ଭସିଟିରେ ପଢ଼ିବାକୁ ଯାଇଥିଲେ। ସେଠାରେ ସେ ମେସ୍କୋ ପରିଦର୍ଶନ କରିବାକୁ ଯାଇଥିଲେ। ସେହି ସମୟରେ ରୁଷର ନାଭାସିବିରସ୍କର ବାସିନ୍ଦା ଆଲେକ୍ସଜାଣ୍ଡରଙ୍କ ସହ ତାଙ୍କର ଭେଟ ହୋଇଥିଲା  । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଗଢ଼ିଉଠିଥିଲା  । ସେହି ପ୍ରେମ ଆଜି ବିବାହରେ ପରିଣତ ହୋଇଛି  । ରୁଷରେ ଅଧ୍ୟୟନ ସମାପ୍ତ କରିବା ପରେ ତାଙ୍କ ମାଙ୍କ ସହିତ ବାଂଲାକୁ ଆସିଥିଲେ। ପରେ ମୁର୍ସିଦାବାଦର କାନ୍ଦୀରେ ସହରାଂସୁ ସିଂଙ୍କ ସହ ହିନ୍ଦୁ ବଙ୍ଗାଳୀ ବିବାହ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା  ।

ତେବେ ନାଭା ଆଲେକ୍ସଜାଣ୍ଡାର କହିଛନ୍ତି ଯେ ଏହି ଭାରତୀୟ ସଂସ୍କୃତି ଅନୁସରଣ କରି ବାଂଲା ଶୈଳୀରେ ବିବାହ କରି ମୁଁ ବହୁତ ଖୁସି  ।

 

Leave A Reply

Your email address will not be published.