Latest Odisha News

BREAKING NEWS

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ରାଞ୍ଚୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଚମ୍ପାଇ ସୋରେନଙ୍କ ଶନିବାର ରାତିରେ ସ୍ବାସ୍ଥ୍ୟାବସ୍ଥା ବିଗିଡିଛି। ତାଙ୍କୁ ଜାମସେଦପୁର ଟାଟା ମେଡ଼ିକାଲ ହସ୍ପିଟାଲ (ଟିଏମଏଚ) ରେ ଭର୍ତ୍ତି କରାଯାଇଛି। ତାଙ୍କର ବ୍ଲଡ଼ ସୁଗାର ସ୍ତର କମିଯାଇଥିବା କିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଜିଲିଂଗଗୋଡା ସ୍ଥିତ ତାଙ୍କ ବାସଭବନରେ ରାତି ସମୟରେ ରକ୍ତ ଶର୍କରା ସ୍ତର କମିଯିବାରୁ ସେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଟିଏମଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ସୂଚନା ମୁତବକ ବର୍ତ୍ତମାନ ଚମ୍ପାଇ ସୋରେନ ସୁସ୍ଥ ଥିବା ବେଳେ କଥାବାର୍ତ୍ତା କରୁଛନ୍ତି। ତାଙ୍କର ଅନେକ ସମର୍ଥକ ତାଙ୍କୁ ହସ୍ପିଟାଲରେ ସାକ୍ଷାତ କରିଛନ୍ତି।

 

ସେ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଅନ୍ୟପକ୍ଷରେ ମୁଁ  ଶୀଘ୍ର ସୁସ୍ଥ ହୋଇ ଆପଣ ମାନଙ୍କ ନିକଟକୁ ଫେରିବି। ନବରାତ୍ରିର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡା ସମସ୍ତଙ୍କର ମଙ୍ଗଳ କରନ୍ତୁ ବୋଲି ଚମ୍ପାଇ ସୋରେନ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟରେ ଚମ୍ପାଇ ସୋରେନ ବିଜେପିରେ ଯୋଗ ଦେଇଥିଲେ। ତାଙ୍କ ସହିତ ତାଙ୍କ ପୁଅ ବାବୁଲାଲ ସୋରେନ ମଧ୍ୟ ବିଜେପି ସଦସ୍ୟତା ନେଇଥିଲେ।

Leave A Reply

Your email address will not be published.