Latest Odisha News

BREAKING NEWS

ପୂର୍ବତନ ରାଜ୍ୟ ଜୁନିୟର୍ କ୍ରିକେଟର ବିନୟ ବିଶ୍ୱାଳଙ୍କ ଦେହାନ୍ତ

ଭୁବନେଶ୍ୱର : କ୍ୟାନସରରେ ପିଡିତ ପୂର୍ବତନ ରାଜ୍ୟ ଜୁନିୟର କ୍ରିକେଟର ବିନୟ ବିଶ୍ୱାଳଙ୍କ ଜୁନ୍ ୨ ତାରିଖରେ ଦେହାନ୍ତ ଘଟିଛି ।

ଓଡିଶା କ୍ରିକେଟ୍ ଜଗତରେ ସେ ଚିଣ୍ଟୁ ନାମରେ ବେଶ ଜଣାଶୁଣା । ସେ ମଧ୍ୟକ୍ରମରେ ନିଜ ଧୁଆଁଧାର ବ୍ୟାଟିଂ ଓ ତୀକ୍ଷ୍ନ ଅଫ୍ ସ୍ପିନ୍ ବୋଲିଂ ଲାଗି ବେଶ୍ ପରିଚିତି ପାଇଥିଲେ।

ବିନୟ ୨୦୦୦ ମସିହାରେ ପାରାମାଉଣ୍ଟ ସ୍ପୋର୍ଟିଂ କ୍ଲବକୁ ପ୍ରତିନିଧିତ୍ୱ କରିଥିଲେ । ସେ ଭୁବନେଶ୍ୱର ଜିଲ୍ଲା କ୍ରିକେଟ୍ ଦଳକୁ ବିଭିନ୍ନ ଜୁନିୟର ଲେଭଲ୍ ଟୁର୍ଣ୍ଣାମେଣ୍ଟରେ ପ୍ରତିନିଧିତ୍ୱ କରିଥିଲେ । ଏହାବ୍ୟତିତ କଟକର ବାରବାଟି ଷ୍ଟାଡିୟମରେ ରାଜ୍ୟସ୍ତରୀୟ କ୍ରିକେଟ୍ କୋଚିଂ କ୍ୟାମ୍ପରେ ଅଂଶ ଗ୍ରହଣ କରିଥିଲେ ।

ସ୍ୱର୍ଗତ ବିଶ୍ୱାଳ ପୁଣେ ସ୍ଥିତ ଏକ ଆଇଟି କମ୍ପାନୀରେ କାର୍ଯ୍ୟରତ ଥିଲେ ।

Leave A Reply

Your email address will not be published.