Latest Odisha News

BREAKING NEWS

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ କରୋନା ସଂକ୍ରମିତ

କର୍ଣ୍ଣାଟକ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

ଏ ନେଇ ଶନିବାର ଟ୍ୱିଟରରେ ସେ ଏହି ସୂଚନା ପ୍ରଦାନ କରିଛନ୍ତି। ଯେଉଁମାନେ ଗତ କିଛି ଦିନ ହେବ ତାଙ୍କ ସହ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ପୃଥକ ରହିବାକୁ କହିଛନ୍ତି। ଏହାଛଡ଼ା ନିଜର କୋଭିଡ୍‌ ପରୀକ୍ଷା କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ଏହାପୂର୍ବରୁ ଶୁକ୍ରବାର ଦିନ କର୍ଣ୍ଣାଟକ ସିଏମ୍ ବିଏସ୍ ୟେଡିୟୁରପ୍ପା ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା। ସେ ବର୍ତ୍ତମାନ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.