Latest Odisha News

BREAKING NEWS

ଜଣଙ୍କଠୁ ୩୦ ଜଣ ସଂକ୍ରମିତ ହେଉଛନ୍ତି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଦ୍ୱିତୀୟ ଦିନରେ କରୋନା ସଂକ୍ରମଣ ମାମଲା ୩ ହଜାର ଉପରେ ରହିଛି । ବଢ଼ୁଥିବା ସଂକ୍ରମଣ ମାମଲାକୁ ନେଇ ବଡ଼ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବାହାର ଲୋକ ସଂକ୍ରମଣ ନେଇକି ଆସିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଛତିଶଗଡ଼ରୁ ଆସିଥିବା ଜଣଙ୍କ ଠାରୁ ୩୦ ଜଣ ସଂକ୍ରମିତ ହେଉଛନ୍ତି ।

ସେ ଆହୁରି କହିଛନ୍ତି- କରୋନା ଡ୍ରପଲେଟ୍ ବାୟୁ ମଣ୍ଡଳରେ ବୁଲୁଛି । ନିହାତି କାମ ନଥିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ରାତି ୯ଟାରେ କର୍ଫ୍ୟୁ ଅଛି ଭାବି ବଜାରରେ ଭିଡ଼ ନ କରିବାକୁ ସେ କହିଛନ୍ତି । ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଛି । ଏବେ ସମୟ ଦାୟିତ୍ୱ ନେବାର, ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାଇବାର ।

ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲେ ତାକୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ମାସ୍କ ପିନ୍ଧନ୍ତୁ ସରକାରଙ୍କ ନିୟମ ମାନନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ପ୍ରତ୍ୟେକ ଦିନ ତଳ ସ୍ତରରୁ ନିରୀକ୍ଷଣ କରାଯାଉଛି । ଆଗକୁ ଯଦି ସଂକ୍ରମଣ ବଢେ, ତାକୁ ମୁକାବିଲା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ଆଗକୁ ଅଧିକ ଲୋକ ସଂକ୍ରମିତ ହେଲେ, ଘରୋଇ ସଙ୍ଗରୋଧ ବ୍ୟବସ୍ଥା ହେବ । ସରକାର କରୋନା ମୁକାବିଲା ପାଇଁ ପ୍ଳସ୍ତୁତ ଅଛନ୍ତି । କରୋନାର ଚେନ୍ ଭାଙ୍ଗିବାକୁ ସରକାର ସବୁ ପଦକ୍ଷେପ ନେଇଛନ୍ତି । ଆଜିଠୁ ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାରେ ସାପ୍ତାହିକ ସଟଡାଉନ ଲାଗୁ ହୋଇଛି ।

Leave A Reply

Your email address will not be published.