Latest Odisha News

BREAKING NEWS

ବିଜେଡି ଛାଡ଼ିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

ଭୁବନେଶ୍ଵର: ବିଜେଡି ଛାଡ଼ିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ଦଳର ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ପୂର୍ଣ୍ଣଚନ୍ଦ୍ର । ୨୦୦୯ ଓ ୨୦୧୪ରେ ବିଜେଡିରୁ ଦୁଇଥର ଜିତିଥିଲେ ପୂର୍ଣ୍ଣଚନ୍ଦ୍ର । ୨୦୧୯ରେ ବିଜେଡ଼ି ତାଙ୍କୁ ଟିକେଟ ଦେଇନଥିଲା । ତେବେ ବର୍ତ୍ତମାନ ସେ କେଉଁ ଦଳରେ ସାମିଲ ହେବେ ସେ ନେଇ କୌଣସି ସୂଚନା ମିଳିନାହିଁ ।

ତେବେ ଦଳରେ ରହି ଦୀର୍ଘ ଦିନ ଧରି ଅଲୋଡ଼ା ହୋଇ ପଡ଼ିରହିବା ଭଳି ପ୍ରସ୍ତାବକୁ ନେଇ କିଛି ଦିନ ତଳେ ପୂର୍ବତନ ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ । ଏହି ବିଧାୟକଙ୍କ ମଧ୍ୟରେ ହିଞ୍ଜିଳିକାଟୁର ପୂର୍ବତନ ବିଧାୟକ ହରିହର ସାହୁ, ଉଦୟନାଥ ନାୟକ ରହିଥିବା ବେଳେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଜଗନ୍ନାଥ ପ୍ରସାଦର ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା, ଖଲ୍ଲିକୋଟ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ରହିଥିଲେ । ଇସ୍ତଫା ପଛର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଏହି କାରଣରୁ ସେ ଦଳ ଛାଡିଥିବା ନେଇ ସନ୍ଦେହ କରାଯାଉଛି ।

 

 

Leave A Reply

Your email address will not be published.