Latest Odisha News

BREAKING NEWS

ବ୍ୟାଡମିଂଟନ ଖେଳାଳି ମାଥିୟସ ବୋଏଙ୍କୁ ବିବାହ କଲେ ତାପସୀ

ମୁମ୍ବାଇ: ଦୀର୍ଘ ଦିନର ପ୍ରେମ ସମ୍ପର୍କ କରେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ବ୍ୟାଡମଂଟନ ଖେଳାଳି ବନ୍ଧୁ ମାଥିଏସ ବୋଏଙ୍କୁ ବିବାହ କରିଛନ୍ତି । ରିପୋର୍ଟ ମୁତାବକ ମାର୍ଚ୍ଚ ୨୩ରେ ଉଦୟପୁରରେ ପରିବାରଲୋକଙ୍କ ଉପସ୍ଥିତିରେ ଏହି ବିବାହ ହୋଇଥିଲା । ଏହାକୁ ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖିବା ପାଇଁ ଉଦ୍ୟମ କରାଯାଇଥିଲା । ପ୍ରାୟ ୧୦ ବର୍ଷ ଧରି ଉଭୟ ପରସ୍ପରକୁ ଭଲ ପାଇ ଆସୁଛନ୍ତି । ୨୦୧୩ ଇଣ୍ଡିଆନ ବ୍ୟାଡମିଂଟନ ଲିଗ ଅବସରରେ ଡେନମାର୍କର ଏହି ଅଲିମ୍ପିକ ପଦକ ବିଜେତା ଷ୍ଟାରଙ୍କୁ ତାପସୀ ଭେଟିଥିଲେ । ତାପସୀ ଓ ବୋଏ ଖୁବ ଶୀଘ୍ର ମୁମ୍ବାଇରେ ବନ୍ଧୁମାନଙ୍କ ପାଇଁ ଏକ ପାର୍ଟି ରଖିବେ ବୋଲି ଜଣାପଡିଛି । ଶିଖ ଓ ଈଶାଇ ଶୈଳୀରେ ଏହି ବିବାହ ଆୟୋଜନ କରାଯାଇଥିଲା ।

ତାପସୀଙ୍କ ବନ୍ଧୁ ପାୱେଲ ଗୁଲାଟୀ ଏକ ଫଟୋ ଶେୟାର କରି ବିବାହ ସମ୍ପର୍କରେ ସୂଚନା ଦେବା ସହ ଟ୍ୱିଙ୍କଲ ଟ୍ୱିଙ୍କଲ ଲିଟିଲ ଷ୍ଟାର ହମେଁ ନେହି ପତା ହମ କାହାଁ ହେ ଲେଖିଛନ୍ତି । ତାପସୀଙ୍କୁ ଶେଷ ଥର ପାଇଁ ରାଜକୁମାର ହିରାନୀ ନିର୍ଦ୍ଦେଶିତ ଡଙ୍କିରେ ଶାହାରୁଖ ଖାଁ ସହ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ସେ ଏବେ ଫିର ଆଇ ହସୀନ ଦିଲରୁବା, ୱ ଲଡକୀ ହେ କାହାଁ ଓ ଖେଲ ଖେଲ ମେଁ ଫିଲ୍ମ ସାଇନ କରିଛନ୍ତି ।

Leave A Reply

Your email address will not be published.