Latest Odisha News

BREAKING NEWS

ସମିତି ସଭ୍ୟା ପାଇଁ ନାମାଙ୍କନ ଭରିଲେ ପୂର୍ବତନ ମନ୍ତ୍ରୀ

ଢେଙ୍କାନାଳ: ୩ ଥର ବିଧାୟିକା । ୨ ଥର ମନ୍ତ୍ରୀ । ଏବେ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା । ଯାହାକୁ ନେଇ ଏବେ ଢେଙ୍କାନାଳ ସହ ରାଜ୍ୟରେ ବି ଚର୍ଚ୍ଚା । ଗତକାଲି ଶେଷ ଦିନରେ ଅଞ୍ଜଳୀ ବେହେରା ଢେଙ୍କାନାଳ ଜିଲ୍ଲା ହିନ୍ଦୋଲ ବ୍ଲକ ଅନ୍ତର୍ଗତ ଗିରିଧରପ୍ରସାଦ ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟା ଭାବରେ ନାମାଙ୍କନ ଦାଖଲ କରିଛନ୍ତି ।

ପୂର୍ବରୁ ଅଞ୍ଜଳୀ ବେହେରା ହିନ୍ଦୋଳ ବିଧାନସଭା ଆସନରୁ ତିନି ଥର ବିଧାୟିକ ହୋଇଥିଲେ । ବିଜେଡି ଟିକେଟରେ ବିଧାୟିକା ହେବା ପରେ ଦୁଇ ଥର ମନ୍ତ୍ରୀ ଥିଲେ । ବୟନ ଶିଳ୍ପ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ ଅଞ୍ଜଳୀ ବେହେରା । ପରେ ଦଳ ବିରୋଧୀ କାର୍ୟ୍ୟ ଯୋଗୁ ବିଜେଡିରୁ ନିଲମ୍ବିତ ହୋଇଥିଲେ ।

ଏହାପରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ଅଞ୍ଜଳୀ ବେହେରା । ସେ କହିଛନ୍ତି, ତୃଣମୂଳସ୍ତରରେ ସଂଗଠନ ପାଇଁ ଲୋକଙ୍କ ପାଖକୁ ଯିବାକୁ ହେବ । ନିର୍ବାଚନ ଜିତିବାକୁ ହେବ । ଲୋକଙ୍କ ସେବା କରିବା ଜାରି ରହିଛି ।

Comments are closed, but trackbacks and pingbacks are open.