Latest Odisha News

BREAKING NEWS

ଓଡ଼ିଶାରେ ଖସୁୁଛି କରୋନା ଗ୍ରାଫ୍: ଆଜି ୮୮୪୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ଦୈନିକ ସଂକ୍ରମଣ ଖସୁଛି । ଆଜି ୯ ହଜାର ତକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୮୪୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୫୧୨୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୭୧୭ । ୧୮ ବର୍ଷ ଭିତରେ ଆଉ ୯୨୭ ଜଣ ସଂକ୍ରମିତ ହୋଇଛନ୍ତି ।

୨୪ ଜିଲ୍ଲାରେ ଶହେ ଉପରେ ରହିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧାରୁ ସର୍ବାଧିକ ୨୫୨୮, ସୁନ୍ଦରଗଡ଼ରୁ ୧୦୦୧, କଟକରୁ ୬୨୮, ବାଲେଶ୍ୱରରୁ ୨୯୦, କଳାହାଣ୍ଡିରୁ ୨୩୯, ବଲାଙ୍ଗିରରୁ ୨୩୨, ରାୟଗଡ଼ାରୁ ୨୨୧, ଯାଜପୁରରୁ ୨୦୯, ସୋନପୁରରୁ ୨୦୭, ନୂଆପଡ଼ାରୁ ୨୦୫, କୋରାପୁଟରୁ ଆଉ ୨୦୩ ପଜିଟିଭ୍ ବାହାରିଛନ୍ତି ।

ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଭିତରେ ରହିଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧୧ଲକ୍ଷ ୯୬ହଜାର ୧୪୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୯୯ହଜାର ୪୨୩ ଆକ୍ରାନ୍ତ । ଏବେ ରାଜ୍ୟରେ ୮୮ହଜାର ୧୫୦ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.