Latest Odisha News

BREAKING NEWS

ବିଜେପି ଛାଡିଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

କୋରାପୁଟ : ବିଜେପି ଛାଡିଲେ ଜୟରାମ ପାଙ୍ଗୀ । ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ବିଜେପି ଦଳରୁ ଆଜି ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତାଫା ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଜୟରାମ ପାଙ୍ଗୀ । ଜୟରାମ ପାଙ୍ଗୀ କେଉଁ ଦଳରେ ସାମିଲ ହେବେ ସେନେଇ ଚର୍ଚ୍ଚା ଜୋର ଧରୁଥିବା ବେଳେ ଏନେଇ ସେ କୌଣସି ସୂଚନା ଦେଇନାହାନ୍ତି ।

ଲୋକଙ୍କ ସହ ରହି ବିକାଶ ପାଇଁ କାମ କରିବି ବୋଲି ଜୟରାମ ପାଙ୍ଗୀ କହିଛନ୍ତି । ୨୦୧୭ରେ ବିଜେଡିରୁ ନିଲମ୍ବନ ହେବାପରେ ବିଜେପିରେ ଯୋଗଦେଇଥିଲେ ଜୟରାମ ପାଙ୍ଗୀ  । ସେ ୨୦୧୯ରେ ଲୋକସଭା ନିର୍ବାଚନରେ କୋରାପୁଟ ଲୋକସଭା ଆସନରେ ବିଜେପି ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ।

Comments are closed.