Latest Odisha News

BREAKING NEWS

ସଂରକ୍ଷିତ ବର୍ଗର ପଦୋନ୍ନତିରେ ପ୍ରତିବନ୍ଧକ ଜଟିଳ ସମସ୍ୟା ସୃଷ୍ଟି କରିବ; ସୁପ୍ରିମ କୋର୍ଟରେ କେନ୍ଦ୍ରର ସତ୍ୟପାଠ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପଦୋନ୍ନତିରେ ପ୍ରତିବନ୍ଧକ ଲଗାଇବା କର୍ମଚାରୀଙ୍କୁ କ୍ଲାନ୍ତ କରିଦେବ ଆଉ ଗୁଡ଼େ ମାମଲାରେ ଛନ୍ଦି ପକାଇବ । ଶୁକ୍ରବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ବି.ଆର୍ ଗବାଇଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଠାରେ ଏହି ସତ୍ୟପାଠ ଦାଖଲ କରିଛନ୍ତି । ଗତ ଜାନୁଆରୀ ୨୮ରେ, ସୁପ୍ରିମକୋର୍ଟ ସଂରକ୍ଷିତ ବର୍ଗର ପଦୋନ୍ନତିରେ ସଂରକ୍ଷଣ ସଂପର୍କିତ ଏକ ମାମଲାର ଶୁଣାଣି କରି ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେହି ସମୟରେ, ସୁପ୍ରିମକୋର୍ଟ ସଂରକ୍ଷିତ ପଦୋନ୍ନତିରେ କୌଣସି ମାପଦଣ୍ଡ ଧାର୍ଯ୍ୟ କରିବାକୁ ଅଗ୍ରାହ୍ୟ କରିଦେଇଥିଲେ । ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସଂରକ୍ଷିତ ବର୍ଗ କର୍ମଚାରୀଙ୍କ ତଥ୍ୟ ସତ୍ୟପାଠ ଜରିଆରେ ମାଗିଥିଲେ । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯାଇଛି । କେନ୍ଦ୍ର ସରକାରଙ୍କ ପଦୋନ୍ନତିରେ ସଂରକ୍ଷଣ ନୀତି ଉଭୟ ସମ୍ବିଧାନ ଓ ସୁପ୍ରିମକୋର୍ଟଙ୍କ ପ୍ରଦତ୍ତ ଆଇନ ଅନୁଯାୟୀ ଯଥାର୍ଥ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।

ଯଦି ଏହି ମାମଲା ପରିଚାଳନା ବଂଚିତ ହୁଏ, ଫଳସ୍ୱରୂପ ଅନେକ ବିବାଦ ସୃଷ୍ଟି ହେବ । ପଦୋନ୍ନତି ପାଇଥିବା ସଂରକ୍ଷିତ କର୍ମଚାରୀ ସମସ୍ତ ସୁବିଧାରୁ ବଂଚିତ ହେବେ । ସେମାନଙ୍କର ଦରମା, ପେନସନ୍ ପୁନଃଧାର୍ଯ୍ୟ କରିବା ଭଳି ଅକଳ ପରିସ୍ଥିତ ସୃଷ୍ଟି ହେବ । ସେହି ହିସାବରେ ଯେଉଁମାନଙ୍କୁ ଅଧିକ ଦରମା ବା ପେନସନ ମିଳିଛି, ସେମାନଙ୍କଠାରୁ ଅର୍ଥ ଫେରସ୍ତ ଆଣିବା କାଠିକର ପାଠ ହୋଇଯିବ । ଯାହା କର୍ମଚାରୀଙ୍କ ଚିନ୍ତା ବଢ଼ାଇ କ୍ଲାନ୍ତ କରିବ ଏବଂ ସରକାରଙ୍କୁ ଗୁଡ଼େ ମାମଲାରେ ଛନ୍ଦିବ ।
ଗୁରୁତ୍ୱପୂର୍ଣ୍ଣ ତଥ୍ୟ କେନ୍ଦ୍ର ଉଲ୍ଲେଖ କରିଛି ଯେ, ସରକାରୀ ଚାକିରିରେ ସଂରକ୍ଷିତ ବର୍ଗର ସଂଖ୍ୟା ଖୁବ୍ କମ୍ । ଯଦି ପଦୋନ୍ନତି ସଂରକ୍ଷଣ କୌଣସି ପ୍ରକାରେ ପ୍ରଶାସନକୁ ଅସୁବିଧା ହେବନାହିଁ ।କେନ୍ଦ୍ର ଦର୍ଶାଇଛି ଯେ, ୭୫ଟି ମନ୍ତ୍ରାଳୟ ଓ ବିଭାଗ ଅଧୀନରେ ମୋଟ୍ ୨୭ଲକ୍ଷ ୫୫ ହଜାର ୪୩୦ ଜଣ କର୍ମଚାରୀ ନିଯୁକ୍ତ । ସେଥରୁ, ଅନୁସୂଚିତ ଜାତି ବର୍ଗର ୪ ଲକ୍ଷ ୭୯ ହଜାର ୩୦୧ ଜଣ, ଅନୁସୂଚିତ ଜନଜାତି ବର୍ଗର ୨ ଲକ୍ଷ ୧୪ ହଜାର ୭୩୮ ଜଣ ଏବଂ ଓବିସି ବର୍ଗର ୪ ଲକ୍ଷ ୫୭ ହଜାର ୧୪୮ ଜଣ କାର୍ଯ୍ୟ କରୁଛନ୍ତି ।

ଏହି ବିଷୟରେ କାର୍ଯ୍ୟପାଳିକାକୁ ନିର୍ଦ୍ଦେଶ କିମ୍ବା ପରାମର୍ଶ ଦେବା ଆଇନଗତ ପ୍ରଯୁଜ୍ୟ ନୁହେଁ । କାର୍ଯ୍ୟପାଳିକା ନିଜ ସ୍ତରରେ ଏହି ନିଷ୍ପତ୍ତି ନେବାର କ୍ଷମତା ସମ୍ବିଧାନରେ ଉଲ୍ଲେଖ ଅଛି ବୋଲି କୋର୍ଟ କହିଥିଲେ ।

Leave A Reply

Your email address will not be published.