Latest Odisha News

BREAKING NEWS

ପୂର୍ବତନ ମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ । ମଙ୍ଗଳବାର ସକାଳେ ସେ ସମ୍ବଲପୁର ସ୍ଥିତ ହୀରାକୁଦ କଲୋନୀସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

୧୯୪୧ ମସିହା ନଭେମ୍ବର ୧୬ରେ ଜନ୍ମ ଗ୍ରହଣ କରିଥିବା ସନାତନ ୧୯୬୪ ମସିହାରେ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ । ସେ ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ସାଧାରଣ ସମ୍ପାଦକ ରହିବା ସହିତ ପଶ୍ଚିମ ଓଡିଶା ବିକାଶ ପାଇଁ ବିଭିନ୍ନ ଅଭିଯାନରେ ସାମିଲ ହୋଇଥିଲେ ।

ସେ ଜନତା ଦଳର ଜିଲ୍ଲା ସଭାପତି ଥିଲେ । ୧୯୯୪ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ ଓ ୨୦୦୪ ମସିହାରେ ସେ ବିଜେଡି ଟିକେଟରେ ରେଢାଖୋଲ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହି କାର୍ଯ୍ୟକାଳ ଭିତରେ ସେ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱରେ ଥିଲେ ।
ତାଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।

Leave A Reply

Your email address will not be published.