Latest Odisha News

BREAKING NEWS

ପାକିସ୍ତାନୀଙ୍କ ସହ କାମ ନକରିବାକୁ ଭାରତୀୟ ସିଙ୍ଗରଙ୍କୁ କଡା ଚେତାବନୀ !

ନୂଆଦିଲ୍ଲୀ: ୨୦୧୬, ଉରି ଆକ୍ରମଣ ପରେ ଭାରତରେ ପାକିସ୍ତାନୀ କଳାକାର କାମ କରିବା ନେଇ ପ୍ରତିବନ୍ଧକ ଲାଗିଥିଲା । ହେଲେ ଏବେ ପାକିସ୍ତାନୀ କଳାକାରଙ୍କ ସହ କାମ ନ କରିବା ପାଇଁ ଭାରତୀୟ ସିଙ୍ଗର ଓ ମ୍ୟୁଜିସିଆନ୍‌ଙ୍କୁ ମିଳିଛି କଡା ଚେତାବନୀ ।

ରବିବାର ପାଶ୍ଚାତ୍ୟ ଭାରତ ସିନେ କର୍ମଚାରୀ ମହାସଂଘ (The Federation of western India cine employees) ଭାରତର ସିଙ୍ଗର ଓ ମ୍ୟୁଜିସିଆନଙ୍କୁ ଚିଠି ଜରିଆରେ କଡା ଚେତାବନୀ ଦେଇଛି । ପାକିସ୍ତାନୀ କଳାକାର, ସିଙ୍ଗର ଓ ଟେକ୍‌ନିସିଆନ୍‌ଙ୍କ ସହ କାମ କରିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚିଠିରେ ଉଲ୍ଲେଖ ରହିଛି ।

ନିକଟରେ ଭାରତର କିଛି ମ୍ୟୁଜିସିଆନ୍ ପାକିସ୍ତାନୀ ସିଙ୍ଗର ରାହତ୍ ଫତେହ ଅଲ୍ଲି ଖାନଙ୍କ ସହ ମିଳିତ ଭାବେ ଏକ ଅନ୍‌ଲାଇନ୍ କନସର୍ଟରେ ସାମିଲ ଥିଲେ । ଏହି ଘଟଣା ପରେ FWICE ଭାରତୀୟ କଳାକାରଙ୍କୁ ପାକିସ୍ତାନୀଙ୍କ ସହ କାମ ନ କରିବାକୁ କଡା ଚେତାବନୀ ଦେଇଛି ।

Leave A Reply

Your email address will not be published.