Latest Odisha News

BREAKING NEWS

୨୬ବର୍ଷ ବୟସରେ ପୂର୍ବତନ ମିସ୍ ଓ୍ବାଲ୍ଡ ପ୍ରତିଯୋଗୀ ଶେରିକା ଡି ଆର୍ମାସଙ୍କ ପରଲୋକ

ମୁମ୍ବାଇ: ପୂର୍ବତନ ବିଶ୍ବ ସୁନ୍ଦରୀ ପ୍ରତିଯୋଗୀ  ଶେରିକା ଡି ଆର୍ମାସଙ୍କ ପରଲୋକ ଘଟିଛି ।  ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନରୁ ସେ ଗର୍ଭାଶୟ କ୍ୟାନସର ରୋଗରେ ପୀଡିତ ଥିଲେ । ୨୦୧୫ ମସିହାରେ  ସେ ମିସ୍ ଓ୍ବାଲ୍ଡ ପ୍ରତିଯୋଗୀତାରେ ଉରୁଗୁଏର ପ୍ରତିନିଧିତ୍ବ କରିଥିଲେ । ପରିବାର ଲୋକ, ସମ୍ପର୍କୀୟଙ୍କ ସମେତ ବିୟୁଟି ପ୍ରତିଯୋଗୀତାରେ ଭାଗ ନେଇଥିବା ଅନ୍ୟ ମିସ୍ ୟୁନିଭର୍ସ ମାନେ ତାଙ୍କ ମୃତ୍ୟୁରେ ଶୋକବାର୍ତ୍ତା ଜଣାଇଛନ୍ତି।

ମଡେଲିଂ ବ୍ୟତୀତ ସେ ଅନେକ ବଡ ବଡ ବିୟୁଟି ପାର୍ଲର ମାଧ୍ୟମରେ ବହୁ ବିୟୁଟି ସମାଗ୍ରୀ ସବୁ ବିକ୍ରି କରୁଥିଲେ । ୨୦୧୫ ମସିହାରେ ଚାଇନାରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେଇଥିଲେ ଅର୍ମାସ୍। ସେ ଶ୍ରେଷ୍ଠ ୩୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇନଥିଲେ ବି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶ୍ରେଷ୍ଠ ୧୮ ବର୍ଷିୟ ୬ ଜଣଙ୍କ ମଧ୍ୟରେ ଜଣେ ଥିଲେ।

Comments are closed.