Latest Odisha News

BREAKING NEWS

ପରଲୋକରେ ମୋହନାର ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବ

ବ୍ରହ୍ମପୁର: ପୂର୍ବତନ ବିଧାୟକ ତଥା ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବଙ୍କ ପରଲୋକ ହୋଇ ଯାଇଛି । ଗତକାଲି ରାତି ୧୧ଟା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।

୧୯୭୪ରୁ ମୋହନା ନିର୍ବାଚନ ମଣ୍ଡଳୀରୁ କ୍ରମାଗତ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଉଦୟ ନାରାୟଣ ଦେବ । ୧୯୭୪-୧୯୭୭ ଯାଏ ଉତ୍କଳ କଂଗ୍ରେସ ଟିକେଟ୍‌ରେ ବିଧାୟକ ଥିଲେ । ୧୯୭୭ରେ ଲୋକ ଦଳରୁ ବିଧାୟକ ନିର୍ବାଚିତ ହୋଇଥିଲେ । ପରେ ୧୯୮୦ରେ ଜନତା ପାର୍ଟି (ସେକ୍ୟୁଲାର) ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଉଦୟ ନାରାୟଣ ଦେବ ।

ତାଙ୍କ ବିୟୋଗରେ ରୈଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ଜଣେ ବିହଙ୍ଗ ବିଜ୍ଞାନୀ ଭାବେ ରାଜା ସାହେବଙ୍କର ବେଶେ ଖ୍ୟାତି ରହିଛି ।

Comments are closed, but trackbacks and pingbacks are open.