Latest Odisha News

BREAKING NEWS

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା କେସ୍: ୩୬୨୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ପ୍ରତିଦିନ ୪ ହଜାର ଭିତରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୬୨୯ ଆକ୍ରାନ୍ତ । କାରେଣ୍ଟିନରୁ ୨୧୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୧୪ । ୧୮ ବର୍ଷ ଭିତରେ ଆଉ ୫୧୫ ଜଣ ସଂକ୍ରମିତ ହୋଇଛନ୍ତି ।

୧୦ ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ଉପରେ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୩୪୬, କଟକରୁ ୩୨୯ ପଜିଟିଭ୍ ବାହାରିଛନ୍ତି । କେନ୍ଦ୍ରାପଡ଼ାରୁ ୧୪୯, ମୟୂରଭଞ୍ଜରୁ ୧୪୨, ଯାଜପୁରରୁ ୧୩୭, ନୟାଗଡ଼ରୁ ଆଉ ୧୧୮ ଜଣ ସଂକ୍ରମିତ ହୋଇଛନ୍ତି ।

ବାଲେଶ୍ୱରରୁ ୧୧୧ ଏବଂ ରାୟଗଡ଼ା ଓ ସମ୍ୱଲପୁର ଜିଲ୍ଲାରୁ ଆଉ ୧୦୧ ଜଣ ଲେଖାଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୫୯ହଜାର ୪୦୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୧୫ହଜାର ୩୮୦ ସଂକ୍ରମିତ । ଏବେ ରାଜ୍ୟରେ ୩୫ହଜାର ୩୦୬ କୋଭିଡ୍ ଆକ୍ଟିଭ୍ କେସ୍ ରହିଛ ।

Comments are closed, but trackbacks and pingbacks are open.