Latest Odisha News

BREAKING NEWS

ଦୁର୍ଲଭ ପଦ୍ମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ: ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ଦୁର୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । କୋଭିଡ୍ କଟକଣାରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଗତବର୍ଷ କରୋନା ପାଇଁ ମହାପ୍ରଭୁଙ୍କୁ ଏହି ବେଶ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ଭକ୍ତ । ବିଶାଳ ପଦ୍ମର କେଶର ଭାଗରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୋଭା ପାଉଛି ।

ଗତକାଲି ପଦ୍ମ ବେଶରେ ଶ୍ରୀବିଗ୍ରହ ରତ୍ନସିଂହାସନରେ ପହୁଡ଼ ହୋଇଥିଲା । ବର୍ଷକେ କେବଳ ଏହି ଦିନ ପଦ୍ମବେଶରେ ମହାପ୍ରଭୁ ନିଦ୍ରା ଯାଇଥାନ୍ତି । ବଡ଼ସିଂହାର ବେଶରେ ପଦ୍ମବେଶରେ ଭୂଷିତ ହୋଇ କ୍ଷୀରି ଅମାଳୁ ଭୋଗ ଲାଗି କରାଯାଇଛି ।

ଶ୍ରୀଜିଉଙ୍କ ଶ୍ରୀମୁଖ ପ୍ରସ୍ଫୁଟିତ ବିଶାଳକାୟ ପଦ୍ମଫୁଲର ମଧ୍ୟସ୍ଥଳରେ ଶୋଭା ପାଉଛି । ପଦ୍ମବେଶରେ ଉଭା ହୋଇଛନ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ୩ଟି ଶ୍ରୀମୁଖ ପଦ୍ମ ସହିତ ୮୦ଟି ପଦ୍ମଫୁଲ, ୭ଟି ଗଛ ଓ ୪ଟି ହଂସରେ ବେଶ ଅନୁଷ୍ଠିତ ହୋଇଥିଲା । ଶ୍ରୀଅଙ୍ଗରେ ମହାପ୍ରଭୁ ଧାରଣ କରିଥିଲେ କରପଲ୍ଲବ । ଗୁରୁବାର ଅବକାଶ ପର୍ୟ୍ୟନ୍ତ ଏହି ବେଶ ରହିବ ।

Comments are closed, but trackbacks and pingbacks are open.