Latest Odisha News

BREAKING NEWS

ଆତ୍ମହତ୍ୟା କଲେ ନାଗାଲ୍ୟାଣ୍ଡର ପୂର୍ବତନ ରାଜ୍ୟପାଳ,ସିବିଆଇ ମୁଖ୍ୟ ଅଶ୍ୱୀନ କୁମାର

ଶିମଲା: ପୂର୍ବତନ ସିବିଆଇ ମୁଖ୍ୟ ଅଶ୍ୱିନ କୁମାର ବୁଧବାର ତାଙ୍କ ଶିମଲା ବାସଭବନରେ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ହିମାଚଳପ୍ରଦେଶର ପୂର୍ବତନ ଡିଜିପି ଅଶ୍ୱୀନ କୁମାର ଅନ୍ୟମାନଙ୍କ ପାଇଁ ଆଦର୍ଶ ଥିଲେ । ସେ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପ୍ରାରମ୍ଭିକ ତଦନ୍ତରେ ମାନସିକ ଚାପଗ୍ରସ୍ତ ହୋଇ ସେ ଏହି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ।

୨୦୧୩ରୁ ୨୦୧୪ ପର୍ଯ୍ୟନ୍ତ ସେ ନାଗାଲ୍ୟାଣ୍ଡର ଗଭର୍ଣ୍ଣର ମଧ୍ୟ ଥିଲେ । ଏହା ବ୍ୟତୀତ ସେ ୨୦୧୩ରେ ମଣିପୁର ରାଜ୍ୟପାଳ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ୨୦୦୬ରୁ ୨୦୦୮ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ଡିଜିପି ରହିଥିଲେ । ୨ ଅଗଷ୍ଟ ୨୦୦୮ରୁ ୩୦ ନଭେମ୍ବର ୨୦୧୦ ପର୍ଯ୍ୟନ୍ତ ସିବିଆଇ ଡାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ଆକଳା ବିୟୋଗରେ ବିଭିନ୍ନ ମହଲରେ ଶୋକର ବାତାବରଣ ଖେଳିଯାଇଛି ।

Leave A Reply

Your email address will not be published.