Latest Odisha News

BREAKING NEWS

ରାହୁଲଙ୍କ ଅର୍ଦ୍ଧଶତକ ସତ୍ୱେ କୋଲକାତାର ଆଭରେଜ ସ୍କୋର, ଚେନ୍ନାଇ ସମ୍ମୁଖରେ ୧୬୮ ରନର ଲକ୍ଷ୍ୟ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗର ବୁଧବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୬୮ ରନର ବିଜୟଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ଟସ୍ ଜିତି କୋଲକାତା ପ୍ରଥମେ ବ୍ୟାଟିଂ କରିଥିଲା । ରାହୁଲ ତ୍ରିପାଠୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଚେନ୍ନାଇ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ ।

ତ୍ରିପାଠୀ ୫୧ ବଲରେ ୮ ଚୌକା ଓ ୩ଛକା ସହାୟତାରେ ୮୧ ରନ କରିଥିଲେ । ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ କୋଲକାତା ୨୦ ଓଭରରେ ୧୬୭ ରନ କରି ଅଲଆଉଟ ହୋଇ ଯାଇଥିଲା । ଚେନ୍ନାଇ ପକ୍ଷରୁ ଡ୍ୱେନ ବ୍ରାଭୋ ୩ଟି ଏବଂ ସାମ କୁରାନ, ଶାର୍ଦ୍ଦୁଳ ଠାକୁର, କରନ ଶର୍ମା ୨ଟି ଲେଖାଁଏ ଉଇକେଟ ନେଇଥିଲେ ।

Leave A Reply

Your email address will not be published.