Latest Odisha News

BREAKING NEWS

କବିତା : “ମୋ ବିଦ୍ୟାଳୟ କାନ୍ଦୁଛି”

ମାୟାଧର ସାହୁ

ମୋ ବିଦ୍ୟାଳୟ କାନ୍ଦୁଛି,                                               
ଜରାଜୀର୍ଣ୍ଣ ହୋଇ ପଡ଼ିଛି।
କବାଟ ଝରକା ଉଈ ଚରିଲାଣି,
ଗେଟ୍ ର ତାଲା କଳଙ୍କି ହେଲାଣି।

ସହରି ପିଲାଏ ଅନ୍ ଲାଇନ୍ ପାଠ ପଢୁଛି,
ଗାଁ ପିଲାଏ ନ‌ଈନାଳେ ମାଛ ଧରୁଛି।
ମୋ ବିଦ୍ୟାଳୟ କାନ୍ଦୁଛି।।

ପାଠ ପଢା ସବୁ ଚୁଲି କି ଗଲାଣି,
ରୋଲ୍ ନମ୍ବର ପିଲା ଭୁଲି ଗଲାଣି।

ଦୀପଧୂପ ଜାଳି ଶିକ୍ଷକ ଜାତୀୟ ଦିବସ ପାଳୁଛି,
ମୋବାଇଲରେ ଫୋଟ ଛାଡୁଛି।
ମୋ ବିଦ୍ୟାଳୟ କାନ୍ଦୁଛି।।

କୋରନା ଦେଶରୁ ହଟିବ,
ମୋ ବିଦ୍ୟାଳୟ ହସିବ।
ଆଶା ନେଇ ଆମେ ବସିଛୁ,
କେବେ ସେ ଦିନ ଆସିବ……

(ଶିକ୍ଷକ, ବାଲିଗୁଡା, କନ୍ଧମାଳ)

Leave A Reply

Your email address will not be published.