Latest Odisha News

BREAKING NEWS

ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କେର୍ଣ୍ଣସ ଗୁରୁତର

ମୁମ୍ବାଇ: ନ୍ୟୁଜିଲାଣ୍ଡ କ୍ରିକେଟର ମହାନ ଅଲରାଉଣ୍ଡର କ୍ରିସ କେର୍ଣ୍ଣସଙ୍କ ଅବସ୍ଥା ଗୁରୁତର ରହିଛି । ଏହି ପୂର୍ବତନ ଅଲରାଉଣ୍ଡରଜଣକ ଏବେ ଲାଇଫ ସପୋର୍ଟରେ ଅଛନ୍ତି । ଅପରେଶନ ଏବଂ ଚିକିତ୍ସା ସତ୍ୱେ ତାଙ୍କ ଅବସ୍ଥାରେ ଉନ୍ନତି ଘଟୁ ନାହିଁ । ମୁଖ୍ୟ ଧମନୀର ଭିତର ଅଂଶ ଫାଟି ଯାଇଥିବା କୁହାଯାଇଛି । ୫୧ ବର୍ଷୀୟ କେର୍ଣ୍ଣସ ୧୯୮୯ରୁ ୨୦୦୬ ପର୍ଯ୍ୟନ୍ତ ଜାତୀୟ ଦଳର ସଦସ୍ୟ ଥିଲେ । ଏହି ଅଲରାଉଣ୍ଡରଜଣକ ୬୨ ଟେଷ୍ଟ, ୨୧୫ ଦିନିକିଆ ଏବଂ ୨ଟି ଟି୨୦ ମ୍ୟାଚ ଖେଳିଛନ୍ତି ।

ତାଙ୍କ ବିରୋଧରେ ମ୍ୟାଚ ଫିକ୍ସିଂ ଅଭିଯୋଗ ଆସିଥିଲା । ଅବଶ୍ୟ ୨୦୧୫ରେ ସେ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲେ ମଧ୍ୟ ଏହା ତାଙ୍କ ଜୀବନର ଗତିପଥ ବଦଳାଇଥିଲା । ଏପରିକି ଚଳିବା ପାଇଁ ତାଙ୍କୁ ଦିନ ମଜୁରିଆ ହେବାକୁ ପଡିଥିଲା । କେର୍ଣ୍ଣସଙ୍କ ପିତା ଲାନ୍ସ କେର୍ଣ୍ଣସ ମଧ୍ୟ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳିଥିଲେ ।

Leave A Reply

Your email address will not be published.