Latest Odisha News

BREAKING NEWS

ଭିନେଶ ଫୋଗଟ ଅସ୍ଥାୟୀ ରୂପରେ ବାସନ୍ଦ, ସୋନମଙ୍କୁ ଚେତାବନୀ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଟୋକିଓ ଅଲିମ୍ପିକ୍ସରେ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିବା ମହିଳା ରେସଲର ଭିନେଶ ଫୋଗଟଙ୍କ ବିରୋଧରେ ଆଜି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଶୃଙ୍ଖଳିତ ଆଚରଣ ଯୋଗୁ ଭିନେଶଙ୍କୁ ଅସ୍ଥାୟୀ ଭାବେ ବାସନ୍ଦ କରାଯାଇଛି । କ୍ୱାର୍ଟର ଫାଇନାଲ ମୁକାବିଲାରେ ଅଫିସିଆଲ ସ୍ପନଶର ଶିବନରେଶଙ୍କ ବଦଳରେ ନାଇକ ଲଗାଇଥିଲେ । ସେ ଅଲିମ୍ପିକ ଭିଲେଜରେ ରହି ନ ଥିଲେ କିମ୍ବା ଭାରତୀୟ ଖେଳାଳିଙ୍କ ସହ ଅଭ୍ୟାସ ମଧ୍ୟ କରି ନ ଥିଲେ ।

୧୬ ଅଗଷ୍ଟ ସୁଦ୍ଧା ସେ ତାଙ୍କ ମତ ସଂଘ ନିକଟରେ ରଖିପାରିବେ । ସେହିପରି ସୋନମ ମଲିକ ଟୋକିଓ ଯିବା ପୂର୍ବରୁ ପରିବାର ସଦସ୍ୟ କିମ୍ବା ନିଜେ ଯାଇ ଡବ୍ଲ୍ୟୁଏଫଆଇ ଅଫିସରୁ ପାସପୋର୍ଟ ଆଣିବା ବଦଳରେ ସାଇ ଅଧିକାରୀଙ୍କ ଦ୍ୱାରା ଏହି କାମ କରାଇଥିଲେ । ସେଥିପାଇଁ ତାଙ୍କୁ ଚେତାବନୀ ଦେଇ ଛଡାଯାଇଛି ।

Leave A Reply

Your email address will not be published.