Latest Odisha News

BREAKING NEWS

ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ୱର: ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର। ଏହାପରେ ସେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି କୁହାଯାଉଥିଲା। କିନ୍ତୁ ତାହା ହୋଇନାହିଁ। ନୂଆ ମନ୍ତ୍ରିମଣ୍ଡଳ ତାଲିକାରୁ ଦିଗପହଣ୍ଡିର ଏହି ବିଧାୟକ ବାଦ୍ ପଡିଛନ୍ତି। ଏବେ କିନ୍ତୁ ସୂର୍ଯ୍ୟ ପାତ୍ର ଅସୁସ୍ଥ ରହିଥିବା ସୂଚନା ରହିଛି।

ବିପ୍ଲବ ପାତ୍ର ତାଙ୍କ ବାପା ସୂର୍ଯ୍ୟ ପାତ୍ରଙ୍କ ବାବଦରେ ସୂଚନା ଦେଇ କହିଛନ୍ତି, ମୋ ବାପା ସୂର୍ଯ୍ୟ ନାରାୟଣ ପାତ୍ର କିଡନୀ ରୋଗରେ ପୀଡିତ । ଏବେ ତାଙ୍କର ଡାଏଲେସିସି ଚାଲିଛି । ବାମ ଆଖିରେ ଜୀବାଣୁ ସଂକ୍ରମଣରେ ପୀଡିତ ଅଛନ୍ତି। ତାଙ୍କୁ ଗତ 14 ଦିନ ହେବ ସମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଚାଲିଛି ।

ଅସୁସ୍ଥ ଥିବାରୁ ସୂର୍ଯ୍ୟ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି। ଏବଂ ସରକାରଙ୍କ ଆଉ କୌଣସି କାମରେ ସାମିଲ ହେବେ ନାହିଁ ବୋଲି ଦଳର ସୁପ୍ରିମୋଙ୍କୁ ଜଣାଇଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଏହି ବିଧାୟକ ରାଜ୍ୟର ଜଣେ ବରିଷ୍ଠ ନେତା । ସେ ସମସ୍କନ୍ଧ ନେତା ହେଉଛନ୍ତି ଦାମ ରାଉତ, ପ୍ରଫୁଲ ଘଡେଇ, ପ୍ରସନ୍ନ ପାଟ୍ଟଶାଣୀ ଭଳି ନେତା। ଇତି ମଧ୍ୟରେ ଦାମ ରାଉତ ଦଳରେ ନଥିବା ବେଳେ ପ୍ରଫୁଲ ଘଡେଇ ଦଳରେ ରହିଛନ୍ତି। କିନ୍ତୁ ଦଳରେ ସେ ଆଉ ସକ୍ରିୟ ନାହାନ୍ତି। ସେହିପରି ପ୍ରସନ୍ନ ପାଟ୍ଟଶାଣୀ ଦଳରେ କୋଣଠେସା ହୋଇ ରହିଥିବା ସୂଚନା ରହିଛି।

Leave A Reply

Your email address will not be published.