Latest Odisha News

BREAKING NEWS

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ

ଭୁବନେଶ୍ୱର: ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ତାଲିକା ପ୍ରକାଶ ପାଇଛି । ଯାହା ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ବି ସଠିକ୍ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଏଥିରେ ଦେଖିବାକୁ ମିଳିଛି ସଂପୂର୍ଣ୍ଣ ୬ ନୂଆ ମୁହଁ । ସେମାନେ ହେଉଛନ୍ତି – ରୋହିତ ପୂଜାରୀ, ରାଜେନ୍ଦ୍ର ଢ଼ୋଲକିଆ, ଶ୍ରୀକାନ୍ତ ସାହୁ, ଅଶ୍ୱିନୀ ପାତ୍ର, ରିତା ସାହୁ ଏବଂ ପ୍ରୀତିରଞ୍ଜନ ଘଡ଼େଇ ।

ଭାଙ୍ଗିଥିବା ମନ୍ତ୍ରୀମଣ୍ଡଳରୁ ସଦ୍ୟ ଇସ୍ତଫା ଦେଇଥିବା ନବ ଦାସ, ସମୀର ଦାଶ, ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଟୁକୁନି ସାହୁ, ନିରଞ୍ଜନ ପୂଜାରୀ ଓ ପ୍ରଫୁଲ୍ଲ ମଲ୍ଲିକ ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି ।

ସେପଟେ ପୂର୍ବରୁ ମନ୍ତ୍ରୀମଣ୍ଡଳରେ ରହିଥିବା ୫ ଜଣଙ୍କୁ ନବୀନ ଫେରାଇ ଆଣିଛନ୍ତି । ସେମାନେ ହେଉଛନ୍ତି- ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ପ୍ରଦୀପ ଅମାତ ଏବଂ ଉଷା ଦେବୀ ।

ସେପଟେ ମନ୍ତ୍ରୀମଣ୍ଡଳରୁ ବିଦା ହୋଇଥିବା ହେଭିୱେଟ ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି ପଦ ଦିଆଯାଉଛି ବୋଲି ଆଲୋଚନା ହେଉଛି ।

ଆଉ ଜଗତସିଂପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଶାସକ ଦଳ ମୁଖ୍ୟ ସଚେତକ ପଦ ପାଉଥିବା ବେଳେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଉପ-ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.