ଭୁବନେଶ୍ବର: ପୁଣି ଦଳ ଡେଇଁଲେ ଦେବାଶିଷ ନାୟକ । ବିଜେପି ଛାଡି କଂଗ୍ରେସ ରେ ଯୋଗ ଦେଲେ ଦେବାଶିଷ । ସେ ଫେବୃଆରୀ ୨୫ ରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ।
ମାତ୍ର ୨ ମାସ ୯ ଦିନପରେ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି ଦେବାଶିଷ । ବରୀରୁ ବିଜେପି ଟିକେଟ ଆଶାୟୀ ଥିଲେ ଦେବାଶିଷ କିନ୍ତୁ ତାଙ୍କୁ ଟିକେଟ ମିଳିନଥିଲା । ଫଳରେ ଏବେ ପଦ୍ମ ପରେ ହାତ ଧରିଲେ ଦେବାଶିଷ ନାୟକ । କହିଲେ ଲୋକ ମୋର ବଳ, ଦଳ ଦରକାର ନାହିଁ ।
Comments are closed.