Latest Odisha News

BREAKING NEWS

୨୪ ଘଣ୍ଟାରେ ମିଳିବ ତାତିରୁ ଆଶ୍ବସ୍ତି

ଭୁବନେଶ୍ବର: ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା । ରାଜ୍ୟରେ ବର୍ତ୍ତମାନ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ଏଥିରୁ ଆଶ୍ବସ୍ତି ମିଳିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ସତର୍କ କରାଯାଇଛି । ଉପକୂଳ ସମେତ କିଛି ସ୍ଥାନରେ କାଳବୈଶାଖୀ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ । ଯାହାର ପ୍ରଭାବରେ ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ଘଟିବା ସହିତ ତାତିରୁ ଆଶ୍ବସ୍ତି ମିଳିବ।

BjdElectrycity

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତକାଲି ୪୪.୬ ଡିଗ୍ରୀ ସହିତ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଆଜି ମଧ୍ୟ ସାରା ରାଜ୍ୟରେ ଝାଞ୍ଜି ପବନ ବହୁଛି ।

Leave A Reply

Your email address will not be published.