Latest Odisha News

ଜଙ୍ଗଲ ନିଆଁରେ ଓଡିଶା ଆଗୁଆ; ରିପୋର୍ଟ

ରାଜ୍ୟରେ ଅସହ୍ୟ ତାତିକୁ ଏବେ ଚିନ୍ତାର କାରଣ ହୋଇଛି ଜଙ୍ଗଲ ନିଆଁ । ଜଙ୍ଗଲ ନଷ୍ଟ କରି ଜମି, ଘର, ରାସ୍ତା ନିର୍ମାଣ, ତ କେବେ କେବେ  ପ୍ରାକୃତିକ ବିପର୍ଯ୍ୟୟ ଜଙ୍ଗଲ ଉପରେ ଦାଉ ସାଧୁଛି । ସାରା ସୃଷ୍ଟିକୁ ସୁରକ୍ଷା ଦେଉଥିବା ଜଙ୍ଗଲ ଏବେ ନିଜେ ଅସୁରକ୍ଷିତ । ସେ ପ୍ରାକୃତିକ ହେଉକି ମନୁଷ୍ୟକୃତ ସବୁଥିରେ ବଳି ପଡୁଛି ଜଙ୍ଗଲ । ତେବେ  ନିକଟରେ ‘ଗ୍ଲୋବାଲ ଫରେଷ୍ଟ ଓ୍ବାଚ’ର ଏକ ରିପୋର୍ଟ ଅନୁଯାୟୀ ସବୁଠୁ ଅଧିକ ଜଙ୍ଗଲ, ଜଙ୍ଗଲ ନିଆଁ କାରଣରୁ ହିଁ ନଷ୍ଟ ହୋଇଛି । ଯାହା ଏବେ ସାରା ପୃଥିବୀ ପାଇଁ ଘୋର ବିପଦ ଆଣି ଦେଲାଣି ।

BjdElectrycity

ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୦୦ରୁ ୨୦୨୩ ମଧ୍ୟରେ ଭାରତରେ ପ୍ରାୟ ୨୩.୩ ଲକ୍ଷ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି  । ଯାହା ସମଗ୍ର ବିଶ୍ବରେ ନଷ୍ଟ ଜଙ୍ଗଲର ୬ ପ୍ରତିଶତ। ଆାହୁରି ମଧ୍ୟ ୨୦୦୧ରୁ ୨୦୨୨ ମଧ୍ୟରେ ନିଆଁ ଲାଗି ଓଡ଼ିଶାରେ ସର୍ବାଧିକ ଜଙ୍ଗଲ ନଷ୍ଟ ହୋଇଛି। ଓଡ଼ିଶାରେ ବାର୍ଷିକ ହାରାହାରି ୨୩୮ ହେକ୍ଟର ଜଙ୍ଗଲ ନିଆଁ ଲାଗି ନଷ୍ଟ ହେଉଛି।

ଉପଗ୍ରହ ଓ ଅନ୍ୟ ଉତ୍ସ ସହାୟତାରେ ଜଙ୍ଗଲ ପରିବର୍ତ୍ତନ ଉପରେ ନଜର ରଖୁଥିବା ‘ଗ୍ଲୋବାଲ ଫରେଷ୍ଟ ୱାଚ୍‌’ର ସୂଚନା ଅନୁଯାୟୀ, ୨୦୦୨ରୁ ୨୦୨୩ ମଧ୍ୟରେ ଭାରତର ୪,୧୪,୦୦୦ ହେକ୍ଟର ଆଦ୍ର ଜଙ୍ଗଲ (୪.୧%) ନଷ୍ଟ ହୋଇଥିବାବେଳେ ବିଶ୍ବବ୍ୟାପୀ ୧୮% ଜଙ୍ଗଲ ନଷ୍ଟ ହୋଇଛି । ୨୦୦୧ରୁ ୨୦୨୨ ମଧ୍ୟରେ ଭାରତୀୟ ଜଙ୍ଗଲ ବାର୍ଷିକ ୫.୧ କୋଟି ଟନ୍‌ ଅଙ୍ଗାରକାମ୍ଳ ନିର୍ଗତ କରିଥିବାବେଳେ ୧୪.୧ କୋଟି ଟନ୍‌ ଅଙ୍ଗାରକାମ୍ଳ ଶୋଷଣ କରିଥିଲା। ଜଙ୍ଗଲ ବାର୍ଷିକ ୮.୯୯ କୋଟି ଟନ୍‌ ଅଙ୍ଗାରକାମ୍ଳ ଶୋଷଣ କରିଥିବା ଏହା ଦର୍ଶାଉଛି। ତେବେ ଏହି ରିପୋର୍ଟରେ ଜଙ୍ଗଲ ନଷ୍ଟ ହେବାର ମୁଖ୍ୟ କାରଣ ଜଙ୍ଗଲ ନିଆଁ ବୋଲି ମଧ୍ୟ ଦର୍ଶାଯାଇଛି।

ରିପୋର୍ଟ ଅନୁଯାୟୀ,୨୦୧୩ରୁ ୨୦୨୩ ମଧ୍ୟରେ ପ୍ରାକୃତିକ ଜଙ୍ଗଲର ପ୍ରାୟ ୯୫% ନଷ୍ଟ ହୋଇଥିଲା। ୨୦୧୭ରେ ସର୍ବାଧିକ ୧୮୯,୦୦୦ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିଲା। ‘ଗ୍ଲୋବାଲ ଫରେଷ୍ଟ ୱାଚ୍‌’ର ଗଣନା ଅନୁଯାୟୀ, ୨୦୦୧ରୁ ୨୦୨୩ ମଧ୍ୟରେ ଦେଶର ୬୦% ଜଙ୍ଗଲ ନଷ୍ଟ ହୋଇଛି  ।

୨୦୦୧ରୁ ୨୦୨୨ମଧ୍ୟରେ ନିଆଁ ଲାଗି ଓଡ଼ିଶାରେ ସର୍ବାଧିକ ଜଙ୍ଗଲ ନଷ୍ଟ ହୋଇଛି। ଓଡ଼ିଶାରେ ବାର୍ଷିକ ହାରାହାରି ୨୩୮ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିବାବେଳେ ଅରୁଣାଚଳ ପ୍ରଦେଶରେ ୧୯୮ ହେକ୍ଟର, ନାଗାଲାଣ୍ଡରେ ୧୯୫ ହେକ୍ଟର, ଆସାମରେ ୧୧୬ ହେକ୍ଟର ଓ ମେଘାଳୟରେ ୯୭ ହେକ୍ଟର ଜଙ୍ଗଲ ନିଆଁ ଯୋଗୁ ନଷ୍ଟ ହୋଇଛି।

Leave A Reply

Your email address will not be published.