Latest Odisha News

ବିଜେପି ଛାଡିଲେ ରମା ରଞ୍ଜନ ବଳିୟାରସିଂ

ପୁରୀ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏବେ ବିଜେପିକୁ ମିଳିଛି ଶକ୍ତ ଝଟକା । ଦଳ ଛାଡିଲେ ରମାରଞ୍ଜନ । ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୁରୀର ଜଣେ ଟାଣୁଆ ନେତା ରମାରଞ୍ଜନ ବଳିୟାରସିଂ । ସେ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଆହୁରି ମଧ୍ୟ ସେ ବିଜେପିର ମୁଖପାତ୍ର ମଧ୍ୟ ଥିଲେ । ଆଜି ରାଜ୍ୟ ସଭାପତି ମନମୋହଲ ସାମଲଙ୍କ ପାଖକୁ ଲିଖିତ ଇସ୍ତଫା ପତ୍ର ଦେଇ ଦଳ ତ୍ୟାଗ କରିଛନ୍ତି । ଦଳ ତାଙ୍କୁ ଓ ସତ୍ୟବାଦୀ ଜନସାଧାରଣଙ୍କୁ ପ୍ରତାରିତ କରିଥିବା କାରଣ ଦର୍ଶାଇ ଦଳରୁ ସେ ଇସ୍ତଫା ଦେଇଛନ୍ତି । ତେବେ ଆଗାମୀ ୨୫ ତାରିଖରେ ସତ୍ୟବାଦୀରେ ଭୋଟିଂ ହେବାକୁ ଥିବେ ବେଳେ ଏହା ବିଜେପିକୁ ଏକ ଶକ୍ତ ଆଘାତ ଦେଇଛି ।

ଓଡିଶା ବିଧାନସଭାରେ ବିଜେଡି ବିଧାୟକ ଭାବେ କାର୍ଯ୍ୟକରିଥିବା ରମାରଞ୍ଜନ ବଳିୟାରସିଂ ୨୦୦୪ ମସିହାରେ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୩ ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।  ପରେ ୨୦୧୮ରେ ବିଜେଡି ଛାଡି ସେ ବିଜେପିରେ ଯୋଗ ଦେଇଥିଲେ। ଆହୁରି ମଧ୍ୟ ବର୍ତ୍ତମାନ ତାଙ୍କ ବୋହୂ ବର୍ଷା ସିଂହ ବରିହା ଏବେ ରାଜନୀତିରେ ସକ୍ରିୟ ଅଛନ୍ତି ।୨୦୨୨ରେ ସେ ପଦ୍ମପୁର ବିଧାନସଭା କ୍ଷେତ୍ରରୁ ଉପନିର୍ବାଚନରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।

Comments are closed.