Latest Odisha News

BREAKING NEWS

ବିଜେଡି ଜିତିଲେ ମୁଖ୍ୟମନ୍ତ୍ରୀ ହେବେନି ନବୀନ…

ଭୁବନେଶ୍ବର: ‘ବିଜେଡି ଆସିଲେ ନବୀନ ନୁହେଁ, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ’ଏମିତି କିଛି ରୋଡ ସୋ ପରେ ଓଡିଶାବାସୀଙ୍କୁ ଉଦବୋଧନ ଦେଇଛନ୍ତି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ ।

ଭୁବନେଶ୍ବରରେ ଜେ.ପି ନଡ୍ଡାଙ୍କ ସହ ସାମିଲ ହୋଇ ଅପରାଜିତା ଷଢଙ୍ଗୀ ମାଉସୀମା ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ବିଶାଳ ରୋଡ କରିବା ପରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ଏହା ପରେ ସେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଓଡିଶା ବାସୀଙ୍କୁ ଚେତେଇ ଦେଇଛନ୍ତି ।

ସେ କହିଛନ୍ତି, ‘ଆପଣ ଯଦି ବିଜେଡିକୁ ଭୋଟ ଦେଉଛନ୍ତି, ତାହାଲେ ଜାଣନ୍ତୁ ନବୀନ ମୁଖ୍ୟମନ୍ତ୍ରୀ ହେବେନି !‘ ବିଜେଡି ଆସିଲେ ନବୀନ ନୁହେଁ, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ ।ଏହା ବିଜୁ ଜନତା ଦଳ ନୁହେଁ, ପାଣ୍ଡୁ ଜନତା ଦଳ । ପାଣ୍ଡୁଜୀ ମୁଁ କହୁନି, ଲୋକ ମାନେ କହୁଛନ୍ତି ।ଓଡ଼ିଶାବାସୀ ଏବେ ସୁସ୍ଥ, ଯୁବ ଓ ଅସ୍ମିତା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି । ଏଥର ସକ୍ରିୟ ଶାସନ ବ୍ୟବସ୍ଥା, ଗରିବ ଓ ଯୁବ ବିକାଶ ମୁଖ୍ୟମନ୍ତ୍ରୀ ଦରକାର ।’

Leave A Reply

Your email address will not be published.