Latest Odisha News

BREAKING NEWS

୧୦ ମାସ ପରେ ଜେଲରୁ ବାହାରିଲେ କମ୍ୟୁନିଷ୍ଟ ନେତା ଏନ.ନାରାୟଣ ରେଡ୍ଡୀ

ବ୍ରହ୍ମପୁର: ପ୍ରାୟ ୧୦ ମାସ ଜେଲରେ ରହିବା ପରେ ଓଡିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଅନ୍ତରୀଣ ଜାମିନ ପାଇ ଜେଲରୁ ବାହାରିଛନ୍ତି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତା ତଥା ଛତ୍ରପୁରର ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ । ଛତ୍ରପୁର ଥାନା ଅଞ୍ଚଳରେ ଟାଟାର ମେଗା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚାଲିଥିବା ବେଳେ ହୋଇଥିବା ବୋମାମାଡ ମାମଲାରେ ଜେଲ ଯାଇଥିଲେ ଏନ୍.ନାରାୟଣ । ଓଡ଼ିଶା ହାଇକୋର୍ଟ ତାଙ୍କୁ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଜାମିନ ପ୍ରଦାନ କରିବା ପରେ ମଙ୍ଗଳବାର ଦିନ ସେ ଜେଲରୁ ମୁକ୍ତ ହୋଇଛନ୍ତି।

୧୯୯୮ ମସିହାରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅଞ୍ଚଳରେ ଟାଟାର ମେଗା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚାଲିଥିବା ବେଳେ ହୋଇଥିଲା ବୋମାମାଡ । ଏଥିରେ ତତ୍କାଳୀନ ପୋଲିସ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ଗତ ବର୍ଷ ଜୁଲାଇ ୩୧ ତାରିଖରେ ବ୍ରହ୍ମପୁରର ତୃତୀୟ ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟ ସିପିଆଇ ନେତା ନେତା ତଥା ଛତ୍ରପୁରର ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ ସହିତ ଉକ୍ତ ମାମଲାରେ ସଂପୃକ୍ତ ରହିଥିବା ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ ସହିତ ୨୦ ବର୍ଷୀୟ କାରାଦଣ୍ଡ ଶୁଣାଇଥିଲେ। ଏହି ମାମଲାରେ ଦୀର୍ଘ ୧୦ ମାସ ଜେଲରେ ରହିବା ପରେ ଓଡିଶା ହାଇକୋର୍ଟ ପକ୍ଷରୁ ତାଙ୍କୁ ୮ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି । ଏନ.ନାରାୟଣ ସମେତ ଏନ୍.ଦିଲ୍ଲୀପ କୁମାର ରେଡ୍ଡୀ ଏବଂ ଡି. କାମରାଜୁ ବର୍ମାଙ୍କୁ ମଧ୍ୟ ଜାମିନରେ ଜେଲରୁ ଆସିଛନ୍ତି । ଆଜି ଅବଶିଷ୍ଟ ୧୦ ଜଣ ଜାମିନରେ ଆସିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏନ୍. ନାରାୟଣ।

ସୂଚନା ଥାଉକି ସୂଚନା ଅନୁଯାୟୀ, ୨୫ ବର୍ଷ ପୂର୍ବର ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ ସିନ୍ଦିଗାଁରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ରାୟ ପ୍ରକାଶ କରି ଛତ୍ରପୁର ପୂର୍ବତନ ବିଧାୟକଙ୍କ ସମେତ ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ ୨୦ ବର୍ଷର ସଶ୍ରମ ଦଣ୍ଡାଦେଶ ଶୁଣାଇଥିଲେ ବ୍ରହ୍ମପୁରର ADJ-3 କୋର୍ଟ । ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ପୂର୍ବରୁ ତତ୍କାଳୀନ ଗଣସଂଗ୍ରାମ ସମିତିର ନେତା ତଥା ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡିଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା ପୂର୍ବରୁ ପ୍ରାୟ ୧ ବର୍ଷ ୮ ମାସ ଜେଲରେ ରହିବା ପରେ ଜାମିନରେ ଆସିଥିଲେ । ଏଥିସହ ଦୁଇ ଥର ଜାତୀୟ ନିରାପତ୍ତା ଆଇନରେ ଅଟକ ମଧ୍ୟ ରଖାଯାଇଥିଲା । ଏହି ମାମଲାରେ ମୋଟ ଉଭୟ ସରକାରୀ ଓ ବେସରକାରୀ ଭାବରେ ୬୦ ଜଣ ସାକ୍ଷୀ ରହିଥିବା ବେଳେ କୋର୍ଟରେ ମୋଟ ୪୨ ଜଣ ସାକ୍ଷୀ ଦେଇଥିଲେ । ୧୯୯୮ ପୋଲିସ-ଜନତା ସଂଘର୍ଷ ଘଟଣାରେ ଜମି ଅଧିଗ୍ରହଣ ବେଳେ ଗଞ୍ଜାମ ଜିଲ୍ଲାର ସିନ୍ଦିଗାଁରେ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇସାରିଥିବା ଜଣାପଡିଛି ।

 

Leave A Reply

Your email address will not be published.